ପୋଷ୍ଟପେଡ ଯୁଦ୍ଧ : ବଜାରକୁ ଆସିଲା ଜିଓ ପୋଷ୍ଟପେଡର ଧମାକାଦାର ଅଫର ।

31

ରିଲାଏନ୍ସ ଜିଓ ନିଜର ଅନେକ ପ୍ରିପେଡ ପ୍ଲାନ ବାହାର କଲା ପରେ ଏବେ ପୋଷ୍ଟପେଡ ମାର୍କେଟରେ ଧମାକା ମଚାଇବା ପାଇଁ ପ୍ରସ୍ତୁତ ହୋଇସାରିଛି । ଜିଓ ଏବେ ସବୁଠାରୁ ଶସ୍ତା ପୋଷ୍ଟପେଡ ପ୍ଲାନ ଆଣିଛି ଯାହାର ମୂଲ୍ୟ ୧୯୯ଟଙ୍କା ରହିଛି । ଏହି ପ୍ଲାନର ବୈଧତା ରହିଛି ୧ମାସ ଏବଂ ଅନଲିମିଟେଡ କଲିଂ ସହ ୨୫ଜିବି ଡାଟା ଓ ଜିଓ ଆପର ସବସ୍କ୍ରିପସନ ସୁବିଧା ମିଳିପାରିବ । ଏହି ପ୍ଲାନରେ ମାତ୍ର ୫୦ପଇସା ପ୍ରତି ମିନିଟରେ ଆଇଏସଡି କଲିଂ କରିହେବ । ଜିଓର ଏହି ପ୍ଲାନ ୧୫ମଇରେ ଲାଇଭ ହେବ ଏହା ପରେ ଆପଣ ରିଚାର୍ଜ କରିପାରିବେ । ତେବେ ଆସନ୍ତୁ ଜାଣିବା ଭୋଡାଫୋନ, ଆଇଡିଆ ଏବଂ ଏୟାରଟେଲର ପୋଷ୍ଟପେଡ ପ୍ଲାନ ସମ୍ପର୍କରେ ଏବଂ ଏହି ପ୍ଲାନରେ ଆପଣଙ୍କୁ କଣ ସୁବିଧା ମିଳିପାରିବ ?

ସର୍ବପ୍ରଥମେ ଏୟାରଟେଲର ଆରମ୍ଭ ପୋଷ୍ଟପେଡ ପ୍ଲାନର ସମ୍ପର୍କରେ କହିବାକୁ ଗଲେ ଏହାର ମୂଲ୍ୟ ୩୯୯ଟଙ୍କା ରହିଛି ଏବଂ ଏହି ପ୍ଲାନରେ ଆପଣଙ୍କୁ ଗୋଟିଏ ରେଂଟଲରେ ୨୦ଜିବି ଡାଟା ମିଳିବ ଏବଂ ଅନଲିମିଟେଡ କଲର ସୁବିଧା ମିଳିବ । ଏହାସହ ଆମାଜନ ପ୍ରାଇମର ବର୍ଷେ ପର୍ଯ୍ୟନ୍ତ ସବସ୍କ୍ରିପଶନ ଆପଣ ପାଇ ପାରିବେ । ଏୟାରଟେଲ ପ୍ଲାନର ଫାଇଦା ହେଉଛି ଏହା ଯେ ବଳକା ଡାଟା ପର ମାସରେ ବ୍ୟବହାର କରିପାରିବେ । ଏହି ପ୍ଲାନରେ ରୋମିଂ ସମୟରେ ମଧ୍ୟ ଫ୍ରି-କଲିଂ ଏବଂ ପ୍ରତିଦିନ ୧୦୦ଟି ମେସେଜର ସୁବିଧା ମଧ୍ୟ ଆପଣ ପାଇ ପାରିବେ । ଆଇଏସଡି କଲ ପାଇଁ ଆପଣଙ୍କୁ ଭିନ୍ନ ସୁବିଧା ନେବାକୁ ପଡିବ ।

source: Amarujala

ଭୋଡାଫୋନ ପୋଷ୍ଟପେଡ ପ୍ଲାନର ମୂଲ୍ୟ ରହିଛି ୩୯୯ଟଙ୍କା ଏବଂ ଏହି ପ୍ଲାନ ଆପଣଙ୍କୁ ୧ମାସ ପାଇଁ ୨୦ଜିବି ଡାଟା ମିଳିବ । ଏହାସହ ଅନଲିମିଟେଡ କଲ ମଧ୍ୟ ଆପଣ ପାଇ ପାରିବେ । ଏହି ପ୍ଲାନରେ ଆପଣଙ୍କ ଭୋଡାଫୋନ ପ୍ଲେ’ର ଫ୍ରି ସବସ୍କ୍ରିପସନ ମଧ୍ୟ ଆପଣ ଉପଲବ୍ଧ କରିପାରିବେ । ଏହି ପ୍ଲାନରେ ରୋମିଂରେ ଫ୍ରି କଲ ଏବଂ ପ୍ରତିଦିନ ୧୦୦ମେସେଜର ସୁବିଧା ମିଳିବ । ଏଥିରେ ମଧ୍ୟ ଆଇଏସଡି କଲ ପାଇଁ ଆଉ ଏକ ରିଚାର୍ଜ କରିବାକୁ  ପଡିବ ।

ଆଇଡିଆ ପ୍ଲାନ ସମ୍ପର୍କରେ କହିବାକୁ ଗଲି ଏହି ପ୍ଲାନର ମୂଲ୍ୟ ରହିଛି ୩୮୯ଟଙ୍କା ଏବଂ ଏଥିରେ ଆପଣଙ୍କୁ ୨୦ଜିବି ଡାଟା ମିଳିବ । ଏହି ପ୍ଲାନରେ ଅସୁବିଧା କେବଳ ଏତିକି ଯେ ଏଥିରେ ରୋମିଂ କଲ ପାଇଁ ଟଙ୍କା ଦେବାକୁ ପଡିବ ଏବଂ ଆଇଏସଡି କଲିଂ ପାଇଁ ୧୦୦୦ଟଙ୍କା ସିକ୍ୟୁରିଟି ଜମା କରିବାକୁ ପଡିବ । ଆଇଏସଡି କଲ ପାଇଁ ଅଲଗା ରିଚାର୍ଜ କରିବାକୁ ପଡିବ ।