୨୦୨୦ରେ ଜିଓର ବଡ ଭେଟି । ଆରମ୍ଭ କଲା ୱାଇଫାଇ କଲିଂ ସେବା, ଏଣିକି ମାଗଣାରେ ୱାଇଫାଇ ନେଟୱର୍କ ବ୍ୟବହାର କରି ଭଏସ ଓ ଭିଡିଓ କଲ କରିପାରିବେ ଗ୍ରାହକ ।

674

ରିଲାଏନ୍ସ ଜିଓ ବ୍ୟବହାରକାରୀ ପାଇଁ ଖୁସି ଖବର। ଏୟାରଟେଲ ପରେ ଜିଓ ପକ୍ଷରୁ ସମଗ୍ର ଦେଶରେ ଭଏସ୍‌ ଓ ଭିଡିଓ ଓ୍ଵାଇ-ଫାଇ କଲିଂ ସେବା ଆରମ୍ଭ କରିଛି । ନୂଆବର୍ଷରେ ଜିଓର ଏହି ସ୍ୱତନ୍ତ୍ର ସେବା ଦ୍ୱାରା ଗ୍ରାହକ ମାନେ ୱାଇ-ଫାଇ ନେଟଓ୍ଵର୍କକୁ ବ୍ୟବହାର କରି ମାଗଣାରେ ଭଏସ୍‌ ଓ ଭିଡିଓ କଲ୍ କରିପାରିବେ । ଅଥାର୍ତ ବିନା ପଇସା ଖର୍ଚ୍ଚ କରି କେବଳ ୱାଇଫାଇ ନେଟୱର୍କ ସାହାର୍ଯ୍ୟରେ ଦେଶର ଯେକୌଣସି ସ୍ଥାନକୁ କଲ କରିପାରିବେ ଗ୍ରାହକ । ୧୫୦ରୁ ଅଧିକ ଫୋନରେ ଏହି ସୁବିଧା ପାଇପାରିବେ ଗ୍ରାହକ ।

ଜିଓର ଏହି ସେବାରେ ଆପଣ ଜିଓ ନମ୍ବର ବ୍ୟବହାର କରି ଓ୍ଵାଇ-ଫାଇ ନେଟଓ୍ଵାର୍କ ଜରିଆରେ ଫୋନ୍‌ କରିବା ସହିତ କଲ୍ ବି ରିସିଭ କରି ପାରିବେ। ଏହି ସେବା ପାଇଁ ବ୍ୟବହାରକାରୀଙ୍କୁ କୌଣସି ବି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ । ଉଦାହରଣ ସ୍ୱରୂପ ହ୍ୱାଟସଆପ ୟୁଜର୍ସ ଯେପରି ଇଣ୍ଟରନେଟ ଓ ୱାଇଫାଇ ନେଟୱର୍କ ସାହାଯ୍ୟରେ ଭଏସ ଓ ଭିଡିଓ କଲ କରିପାରୁଛନ୍ତି । ଠିକ୍ ସେହିଭଳି ସୁବିଧା ଗ୍ରାହକଙ୍କୁ ଯୋଗାଇଦେବ ଜିଓ । ଯଦି ଆପଣ କୌଣସି ବାହାର ସ୍ଥାନକୁ ଯାଇଛନ୍ତି କିନ୍ତୁ ସେଠାରେ ମୋବାଇଲ ନେଟୱର୍କ ନାହିଁ ସେଠାରେ ୱାଇଫାଇ ନେଟୱର୍କ ସାହାଯ୍ୟରେ କଲ କରିପାରିବେ ଗ୍ରାହକ ।

ବ୍ୟବହାରକାରୀ ଓ୍ଵାଇ-ଫାଇ କଲ୍ ଜରିଆରେ ଭିଡିଓ କଲ୍ ବି କରି ପାରିବେ। ଜିଓ ଓ୍ଵାଇ-ଫାଇ କଲିଂ ସେବା ୨୦୨୦ ଜାନୁଆରି ୧୬ ରୁ ପୂରା ଦେଶରେ ଉପଲବ୍ଧ ହେବ । କିଛି ଦିନ ପୂର୍ବେ ଏହି ସେବାକୁ ଦିଲ୍ଲୀ-ଏନସିଆର ଓ ଚେନ୍ନାଇର କିଛି ସ୍ଥାନରେ ପରୀକ୍ଷା ମୂଳକ ଭାବେ ବ୍ୟବହାର କରାଯାଇଥିଲା । ଜିଓର ଏହି ସ୍ୱତନ୍ତ୍ର ସେବା ସାହାଯ୍ୟରେ ଆପଣ ଦେଶର କୌଣସି ସ୍ଥାନରୁ ବି ସୁବିଧାରେ କଲ୍ କରି ପାରିବେ।

ଏହି ସୁବିଧାର ଲଞ୍ଚ କରିବା ସମୟରେ କମ୍ପାନିର ନିର୍ଦ୍ଦେଶକ ଆକାଶ ଅମ୍ବାନି କହିଛନ୍ତି, ୟୁଜର୍ସଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଭଳି ସେବା ଆରମ୍ଭ କରାଯାଇଛି । ଯାହାଦ୍ୱାରା ଜିଓ ୟୁଜର୍ସଙ୍କ ଆଉ ନେଟୱର୍କକୁ ନେଇ କୌଣସି ସମସ୍ୟା ରହିବ ନାହିଁ । ଏହାପୂର୍ବରୁ ଏୟାରଟେଲ ଏହି ସୁବିଧା ଆରମ୍ଭ କରିଥିଲେ ମଧ୍ୟ ଏଥିରେ କଲ କରିବାକୁ ହେଲେ ଏୟାରଟେଲ ବ୍ରଡବ୍ୟାଣ୍ଡର ଆବଶ୍ୟକତା ପଡୁଥିଲା । କିନ୍ତୁ ଜିଓରେ ଏହି ସେବା ଯେକୌଣସି ୱାଇଫାଇ ନେଟୱର୍କକୁ ବ୍ୟବହାର କରି ପାଇପାରିବେ ୟୁଜର୍ସ । ସ୍ମାର୍ଟଫୋନ ବ୍ୟବହାର କରୁଥିବା ୟୁଜର୍ସ ମୋବାଇଲର ସେଟିଙ୍ଗ ବିକଳ୍ପକୁ ଯାଇ ୱାଇ-ଫାଇ କଲିଂ ସୁବିଧା ଆରମ୍ଭ କରିପାରିବେ ।