ସ୍ୱାଧୀନତା ଦିବସ ଅବସରରେ ଜିଓ ଗ୍ରାହକଙ୍କୁ ମୁକେଶ ଅମ୍ବାନୀଙ୍କ ଶାନଦାର୍ ଅଫର: ୫ ମାସ ପର୍ଯ୍ୟନ୍ତ ମାଗଣାରେ ମିଳିବ କଲଠାରୁ ଆରମ୍ଭ କରି ହାଇସ୍ପିଡର ଡାଟା: ଜାଣନ୍ତୁ କିଭଳି ଉଠାଇବେ ଏହି ଅଫରର ଫାଇଦା

22,244

କନକ ବ୍ୟୁରୋ: ଜିଓ ଗ୍ରାହକଙ୍କ ପାଇଁ ଖୁସିର ଖବର । ସ୍ୱାଧୀନତା ଦିବସ ଉପଲକ୍ଷେ ଜିଓ ଆଣିଛି ସାନଦାର୍ ଅଫର । ତେବେ ଜିଓର ଏହି ଆକର୍ଷଣୀୟ ଅଫରରେ ରହିଛି ୫ ମାସର ମାଗଣା ଇଣ୍ଟରନେଟ ସହ ଜିଓ ଟୁ ଜିଓ ଫ୍ରି କଲିଂର ସୁବିଧା । ହେଲେ ଏହି ସୁବିଧା ପାଇବାକୁ ହେଲେ ଆପଣଙ୍କୁ ପ୍ରଥମେ ରିଲାଏନ୍ସର ଜିଓଫାଇ୪ଜି ହଟସ୍ପଟକୁ କିଣିବାକୁ ପଡିବ ।

ତେବେ ଜିଓଫାଇ୪ଜି ହଟସ୍ପଟକୁ ଆପଣ ରିଲାଏନ୍ସ ଡିଜିଟାଲ ଷ୍ଟୋର କିମ୍ବା ଅନଲାଇନରୁ ମଧ୍ୟ କିଣିପାରିବେ । ଏବଂ ଜିଓ ସିମ୍ ଆକ୍ଟିଭେଟ୍ ହେବା ପରେ ଆପଣ କଂପାନୀର ତିନୋଟି ଯୋଜନା ମଧ୍ୟରୁ ଯେକୌଣସି ମଧ୍ୟରୁ ଗୋଟିଏ ବାଛି ଔସକ୍ଟୠସ କୁ ଆକ୍ଟିଭେଟ୍ କରିପାରିବେ । ତେବେ ଏହି ପୂରା ପ୍ରକ୍ରିୟା ସଫଳ ହେବାକୁ ମାତ୍ର ୨୪ ଘଂଟା ସମୟ ଲାଗିବ । ତେବେ ଜିଓର ଏହି ତିନୋଟି ଅଫର ମଧ୍ୟରୁ ସବୁଠାରୁ ସୁଲଭ ଅଫର ୧୯୯ ଟଙ୍କାରୁ ଆରମ୍ଭ ହେଉଛି । ଯାହା ଦୈନିକ ୧ .୫ ଜିବି ଡାଟା ଦେଇଥାଏ ଏବଂ ୨୮ ଦିନିଆ ବୈଧତା ବିଶିଷ୍ଟ । ଆପଣ ଅତିରିକ୍ତ ୯୯ ଟଙ୍କା ଦେଇ ମଧ୍ୟ ଏହି ଅଫରର ଅଧିକ ଲାଭ ଉଠାଇପାରିବେ । ଏଥିରେ ଜିଓ ପ୍ରାଇମ ସଦସ୍ୟତା ପାଇବା ସହ ଦୈନିକ ୧.୫ ଜିବି ଡାଟା, ଅସୀମିତ ଜିଓରୁ ଜିଓ କଲ୍, ୨୮ ଦିନରେ ଜିଓକୁ ଅନ୍ୟ ମୋବାଇଲ୍ ନେଟୱାର୍କ ପାଇଁ ୧୦୦୦ ମିନିଟ୍ ମିଳିବା ସହିତ୧୪୦ ଦିନ ପାଇଁ ପ୍ରତିଦିନ ୧୦୦ ଟି ନ୍ୟାସଲାନ ଏସଏମଏସର ସୁବିଧା ମିଳିବ ।

ସେହିଭଳି ଦ୍ୱିତୀୟ ଅଫରଟି ରହିଛି ୨୪୯ ଟଙ୍କିଆ । ଯାହାକି ୨୮ ଦିନ ପାଇଁ ଦୈନିକ 2GB ଡାଟା ଯୋଗାଏ । ଏଠାରେ ମଧ୍ୟ, ଆପଣ ଅତିରିକ୍ତ ୯୯ ଟଙ୍କା ଦେଇପାରିବେ । Jio Primeର ସଦସ୍ୟତା ପାଇଁ ଏବଂ ପ୍ରତିଦିନ 2GB, ଅସୀମିତ Jioରୁ Jio କଲ୍, ୧୦୦୦ ମିନିଟ୍ Jio କୁ ଅନ୍ୟ ମୋବାଇଲ୍ ନେଟୱାର୍ରେ କଲିଂ ପାଇଁ ଏବଂ ୧୧୨ ଦିନ ପାଇଁ ଶହେଟି ନ୍ୟାସନାଲ ଏସଏମଏସର ସୁବିଧା ମିଳିବ । ତୃତୀୟ ବିକଳ୍ପ ୩୯୯ ଟଙ୍କାରେ ଆସିଥାଏ ଏବଂ ଆପଣଙ୍କୁ ୨୮ ଦିନ ପାଇଁ ଦୈନିକ 3GB ଡାଟା ଦେଇଥାଏ । ଏଥିରେ ବି ଆପଣ ୯୯ ଟଙ୍କା ଅତିରିକ୍ତ ଦେଇ Jio Primeର ସଦସ୍ୟତା ଏବଂ 3GB ଡାଟା, ଅସୀମିତ Jioଟୁ Jio କଲ୍, ୨୮ ଦିନ ପର୍ଯ୍ୟନ୍ତ ଅନ୍ୟ ମୋବାଇଲ୍ ନେଟୱାର୍କରେ ୧୦୦୦ ମିନିଟ୍ ଏବଂ ୮୪ ଦିନ ପାଇଁ ଦୈନିକ ୧୦୦ ଟି ଜାତୀୟ SMSର ସୁବିଧା ଉଠାଇ ପାଇପାରିବେ ।