କନକ ବ୍ୟୁରୋ: ଜିଓ ଫାଇବର ଟାରିଫ୍ ପ୍ଲାନରେ ନବୀକରଣ କରିଛି ରିଲାଏନ୍ସ ଜିଓ । ଯେଉଁଥିରେ ଜିଓ ଫାଇବର ପ୍ଲାନକୁ ୩୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ କରାଯିବ । ଏହା ସହ ଜିଓ ଫାଇବର ପାଇଁ ୩୦ ଦିନିଆ ଫ୍ରି ଟ୍ରାଏଲର ମଧ୍ୟ ସୁବିଧା ଯୋଗାଇ ଦିଆଯିବ । କମ୍ପାନୀ ଏହି ପ୍ଲାନର ନାମ ନୟେ ଇଣ୍ଡିଆ କା ନୟା ଜୋଶ ରଖିଛି । ଆସନ୍ତୁ ଜାଣିବା ଆପଣ ଏହି ପ୍ଲାନ ମାଧ୍ୟମରେ କଣ କଣ ସୁବିଧା ପାଇପାରିବେ ।

Advertisment

ଅସୀମିତ ଇଣ୍ଟରନେଟର ସୁବିଧା
ସ୍ପିଡ୍ ଅପଲୋଡ୍
ସ୍ପିଡ୍ ଡାଉନଲୋଡ୍
ମାସକୁ ୩୯୯ ଟଙ୍କା ଯୋଜନାର ଆରମ୍ଭ ମୂଲ୍ୟ
୩୦ ଦିନର ଫ୍ରି ଟ୍ରାଏଲ୍ ସୁବିଧା

ସବୁଠାରୁ ବଡ କଥା ହେଉଛି, ଜିଓ ଫାଇବର ପାଇଁ ୩୦ ଦିନର ଫ୍ରି ଟ୍ରାଏଲ ଦେବା ନେଇ ଘୋଷଣା କରିଛି ରିଲାଏନ୍ସ ଜିଓ । ଏଥିରେ ଗ୍ରାହକମାନଙ୍କୁ ୧୫୦ ଏମବିପିଏସର ଅସୀମିତ ସ୍ପିଡ୍ ଦିଆଯିବ । ଏହା ବ୍ୟତୀତ ଗ୍ରାହକଙ୍କୁ ମାଗଣା ଭଏସ କଲିଂର ମଧ୍ୟ ସୁବିଧା ମିଳିବ । ତେବେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ୩୦ ଦିନିଆ ଫ୍ରି ଟ୍ରାଏଲ୍ ସୁବିଧା ସମସ୍ତ ନୂଆ ଗ୍ରାହକଙ୍କ ପାଇଁ ପ୍ରଯୁଜ୍ୟ ହେବ । ନୂତନ ଜିଓ ଫାଇବର ଗ୍ରାହକମାନେ ସେପ୍ଟେମ୍ବର ୧ ତାରିଖରୁ ୩୦ ଦିନିଆ ଫ୍ରି ଟ୍ରାଏଲକୁ ଆକ୍ଟିଭ କରିପାରିବେ ।

ଜିଓ ଫାଇବର ଯୋଜନା ମାସକୁ ୩୯୯ ଟଙ୍କାରୁ ୧୪୯୯ ଟଙ୍କା ପର୍ଯ୍ୟନ୍ତ ଆରମ୍ଭ ହେଉଛି । ଗ୍ରାହକମାନେ ୩୯୯ ଟଙ୍କା ଯୋଜନାରେ ୩୦ ଏମବିପିଏସ ଡାଟା, ୬୯୯ ଟଙ୍କା ଯୋଜନାରେ ୧୦୦ ଏମବିପିଏସ୍ ଡାଟା, ୯୯୯ ଟଙ୍କା ଯୋଜନାରେ, ୧୫୦ ଏମବିପିଏସ ଏବଂ ୧୪୯୯ ଟଙ୍କା ଯୋଜନାରେ ୩୦୦ ଏମବିପିଏସ୍ ଡାଟା ସ୍ପିଡ୍ ପାଇପାରିବେ ।