ପ୍ରିପେଡ ଗ୍ରାହକଙ୍କ ପାଇଁ ଭୋଡାଫୋନ ନେଇ ଆସିଛି ନୂତନ ଆକର୍ଷଣୀୟ ଯୋଜନା । ଭୋଡାଫୋନ ୨ଟି ନୂଆ ଯୋଜନା ବାହାର କରିଛି । ଗୋଟାଏ ଯୋଜନାର ଦର ୪୯୬ ଟଙ୍କା ଥିବା ବେଳେ ଅନ୍ୟଟିର ଦର ୧୭୭ ଟଙ୍କା । ୨ଟି ଯାକ ଯୋଜନାରେ ଅସୀମିତ ଭଏସ କଲିଂ ଏବଂ ଡାଟା ପ୍ୟାକ୍ ସୁବିଧା ଉପଲବ୍ଧ ।
୪୯୬ ଟଙ୍କା ରିଚାର୍ଜ କଲେ ଆପଣ ପାଇପାରିବେ ୮୪ ଦିନ ପର୍ଯ୍ୟନ୍ତ ଅସୀମିତ ଭଏସ କଲିଂ ସହିତ ଦିନକୁ ୧ ଜିବି ଲେଖାଏ ଡାଟା । ସେହିପରି ୧୭୭ ଟଙ୍କା ରିଚାର୍ଜ କଲେ ୨୮ ଦିନ ପର୍ଯ୍ୟନ୍ତ ଅସୀମିତ ଭଏସ୍ କଲିଂ ସହିତ ଦିନକୁ ୧ ଜିବି ଲେଖାଏ ଡାଟା ପାଇପାରିବେ ।
ନୂଆ ଗ୍ରାହକ ଏବଂ ଅନ୍ୟ ନେଟଓ୍ଵାର୍କରୁ ଭୋଡାଫୋନକୁ ପୋର୍ଟେଡ କରିଥିବା ଗ୍ରାହକମାନଙ୍କ ପାଇଁ ଏହା ହେଉଛି ଭୋଡାଫୋନର ପ୍ରଥମ ଯୋଜନା । ଏହି ଯୋଜନାଟି ସିଧା ସଳଖ ଭାବେ ରିଲାଏନ୍ସ ଜିଓର ୪୫୯ ଟଙ୍କିଆ ଯୋଜନା ସହ ପ୍ରତିଦ୍ୱନ୍ଦ୍ୱିତା କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/Vodaone_1509109291808.jpg)