ଜିଓ ଟେଲିକମ ଇଣ୍ଡଷ୍ଟ୍ରୀର ସବୁଠୁ ବଡ ଅଫରକୁ ବୁଧବାର ଲଞ୍ଚ କରିଛି । ଯେଉଁଠି କ୍ରିକେଟ ପ୍ରେମୀ ଆଇପିଏଲକୁ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି ସେଠାରେ “ଜିଓ କ୍ରିକେଟ ପ୍ଲେ ଅଲଗ” ନାମରେ ନିଜର ଇନିଂସ ଆରମ୍ଭ କରିଛି । ଏହାକୁ ଦୁନିଆର ସବୁଠୁ ବଡ ଲାଇଭ ଗେମ କୁହାଯାଉଥିବା ବେଳେ ଗେମରେ ଭାଗ ନେଉଥିବା ପ୍ରତିଯୋଗୀଙ୍କୁ ପୁରଷ୍କାରରେ ଟଙ୍କା ମିଳିବା ଭଳି ସୁଚନା ମିଳୁଛି । ଏହି ଗେମ ମଧ୍ୟଭାଗରେ “ଜିଓ ଧନ-ଧନା-ଧନ”ଭଳି କମେଡି ମଧ୍ୟ ରହିଛି । କେବଳ ଏତିକି ନୁହଁ ଗେମ ଜିତିବା ପରେ ମୁମ୍ବାଇରେ ଘର ଏବଂ ଏକକୋଟି ଟଙ୍କା ପୁରଷ୍କାର ଦେବାକୁ ମଧ୍ୟ କମ୍ପାନୀ ତରଫରୁ କୁହାଯାଇଛି ।
କୋଟି କୋଟି ଟଙ୍କା ଜିତିଲା ଭଳି ଅଫର
ଏହି କ୍ରିକେଟ ସିଜିନର ନାଁ “ଲାଫ,ପ୍ଲେ ଆଣ୍ଡ ୱିନ”ରଖାଯାଇଛି । ଖେଳରେ ହାର ଜିତ ତ ଲାଗିରହିଥିବ କିନ୍ତୁ ଜିଓ ନିଜ ଗ୍ରାହକଙ୍କ ଜିତକୁ ଦେଖିବାକୁ ଚାହେଁ । ଏହି ଜିଓ କ୍ରିକେଟ ପ୍ଲେ ମାଧ୍ୟମରେ ହାରିଲେ ମଧ୍ୟ ଆପଣଙ୍କୁ ପୁରଷ୍କାର ମିଳିବ ।
ଜିଓ କ୍ରିକେଟ ସିଜିନ ପ୍ୟାକ
ଜିଓ ଏକ କ୍ରିକେଟ ସିଜିନ ପ୍ୟାକର ଆରମ୍ଭ କରିବାକୁ ଯାଉଛି । ଯେଉଁଠାରେ କ୍ରିକେଟ ପ୍ରେମୀଙ୍କୁ ଫୋନରେ ଜିଓ ଲାଇଭ ଦେଖିବାର ମଉକା ମିଳିବ । ଏହି ପ୍ୟାକରେ ଯଦି ଆପଣ ୨୫୧ ଟଙ୍କାର ରିଚାର୍ଜ କରାନ୍ତି ତେବେ ଜିଓ ୧୦୨ ଡାଟା ଦେବାର ପ୍ରତିଶ୍ରୁତି ଦେଇଛି । ଏହି ପ୍ୟାକ ୫୧ ଦିନ ପର୍ଯ୍ୟନ୍ତ ସବୁ ମ୍ୟାଚକୁ ଷ୍ଟିମ କରି ରଖିଥାଏ ଯାହାଦ୍ୱାରା ଆପଣ ଯେକୌଣସି ସ୍ଥାନରେ ଏବଂ ଯେବେ ଚାହିଁବେ କ୍ରିକେଟ ଲାଇଭ ଦେଖିପାରିବେ ।
ଏହି ଶୋ’ ମାଇ ଜିଓ ଆପରେ ଏଳ୍ସକ୍ଲୁଜିବ ରୂପରେ ପ୍ରଦର୍ଶନ କରାଯିବ । ଏହି ଶୋ’ରେ କମେଡିଆନ ସୁନୀଲ ଗ୍ରୋଭର ଏବଂ ଆଙ୍କର ସମୀର କୋଚର ଶୋ’କୁ ହୋଷ୍ଟ କରିବେ । ଏପ୍ରିଲ ୭ ସମୟ ସନ୍ଧ୍ୟା ୭.୩୦ରେ ଏହି ଶୋ’କୁ ଆରମ୍ଭ କରାଯିବ । ସବୁ ସ୍ମାର୍ଟଫୋନ ବ୍ୟବହାରକାରୀ ଜିଓ କ୍ରିକେଟ ପ୍ଲେ ଅଲଗର ମଜା ଉଠାଇପାରିବେ । ଏହି ଗେମକୁ ୧୧ ଭାରତୀୟ ଭାଷାରେ ଖେଳାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/04/image.jpg)
/kanak/media/post_attachments/wp-content/uploads/2018/04/DZ6rB3yX4AEC1LH-300x150.jpg)