ଗ୍ରାହକଙ୍କୁ ବଡ ଉପହାର ଦେଲା ଜିଓ । ଏଣିକି ଜିଓ ଗ୍ରାହକମାନେ ହ୍ୱାଟ୍ସଆପ ମାଧ୍ୟମରେ କରିପାରିବେ ନିଜ ଫୋନ ରିଚାର୍ଜ । ଜାଣନ୍ତୁ ପୂରା ପ୍ରକ୍ରିୟା

559

କନକ ବ୍ୟୁରୋ: କରୋନା ମହାମାରୀ ଭିତରେ ଗ୍ରାହକଙ୍କୁ ବଡ ଉପହାର ଦେଇଛି ଜିଓ । ଜିଓ ଗ୍ରାହକମାନଙ୍କୁ ନିଜ ମୋବାଇଲ ରିଚାର୍ଜ କରିବାକୁ ଅନ୍ୟ କୋଉ ଆପକୁ ଯିବାକୁ ପଡିବ ନାହିଁ । ଏଣିକି ଜିଓ ଗ୍ରାହକମାନେ ହ୍ୱାଟ୍ସଆପ ମାଧ୍ୟମରେ ନିଜ ଫୋନ ରିଚାର୍ଜ କରିପାରିବେ । କେବଳ ମୋବାଇଲ ରିଚାର୍ଜ ନୁହେଁ ଜିଓର ଏହି ସର୍ଭିସ ଦ୍ୱାରା ଅନେକ ସୁବିଧା ପାଇବେ ଗ୍ରାହକ ।

ଜିଓ ଏହି ସର୍ଭିସ ହ୍ୱାଟ୍ସଆପ ଚାଟବୋଟ ଜରିଆରେ ଆରମ୍ଭ କରିଛି । ଏଥିରେ ବିଭିନ୍ନ ପ୍ରଶ୍ନର ଉତ୍ତର ପାଇବା ସହ ଅନେକ ସେବାର ସୁବିଧା ମଧ୍ୟ ପାଇପାରିବେ ଗ୍ରାହକ । ଜିଓ ହ୍ୱାଟ୍ସଆପ ମାଧ୍ୟମରେ ନିଜ ଗ୍ରାହକ ମାନଙ୍କୁ ସେବା ଯୋଗାଇ ଦେଉଛି । ଏହି ସର୍ଭିସ ୭୦୦୦୭୭୦୦୦୭ ନମ୍ବରରେ ଉପଲବ୍ଧ ଅଛି । ତେବେ ଆସନ୍ତୁ ଜାଣିବା କିଭଳି ହ୍ୱାଟ୍ସଆପ ମାଧ୍ୟମରେ ଆମେ ଏହି ସୁବିଧା ପାଇପାରିବା ।

-ପ୍ରଥମେ ଆପଣଙ୍କୁ ୭୦୦୦୭୭୦୦୦୭ ନମ୍ବରରେ ‘hi’ ଲେଖି ହ୍ୱାଟ୍ସଆପ କରିବାକୁ ହେବ ।
-ଏହାପରେ ମେନ୍ୟୁକୁ ଯିବାକୁ ଅପସନ ଦେଖାଇବ ।
-ମେନ୍ୟୁ ଲେଖି ହ୍ୱାଟ୍ସଆପ କଲା ପରେ, ସେବା ପାଇବା ପାଇଁ ସପୋର୍ଟ ଲେଖିବାକୁ ଅପସନ ଦେଖାଇବ ।
-ଏହାପରେ ସପୋର୍ଟ ଲେଖି ହ୍ୱାଟ୍ସଆପରେ ମେସେଜ କଲା ପରେ ସବୁ ସୁବିଧା ହ୍ୱାଟ୍ସଆପରେ ଦେଖାଇବ ।
-ଆପଣଙ୍କୁ ଯେଉଁ ସୁବିଧା ଦରକାର ସେହି ନମ୍ବର ହ୍ୱାଟ୍ସଆପ କରି ଆପଣ ସେବା ପାଇପାରିବେ ।

କେବଳ ରିଚାର୍ଜ ସୁବିଧା ନୁହେଁ ଆପଣ ଏହି ସର୍ଭିସ ଦ୍ୱାରା ଆହୁରି ଅନେକ ସୁବିଧା ପାଇପାରିବେ । ନିକଟରେ ଥିବା ଭ୍ୟାକ୍ସିନ ସେଣ୍ଟରର ଉପଲବ୍ଧତା ମଧ୍ୟ ପାଇପାରିବେ । ଏହା ବ୍ୟତୀତ ପୋର୍ଟାବିଲିଟି ସର୍ଭିସ, ଜିଓ ଫାଇବର ଇଣ୍ଟରନେଟ, ଜିଓ ମାର୍ଟ ଓ ଅନ୍ତରଷ୍ଟ୍ରିୟ ରୋମିଂର ସୁବିଧା ମଧ୍ୟ ପାଇପାରିବେ ।

ନିକଟତର ଭ୍ୟାକ୍ସିନ ସେଣ୍ଟର ଉପଲବ୍ଧତା ପାଇବା ପାଇଁ ଗ୍ରାହକ ମାନେ ଏହି ସେବାର ସାହାଯ୍ୟ ନେଇପାରିବେ । ଏହି ହ୍ୱାଟ୍ସଆପ ଚାର୍ଟବୋର୍ଟରେ ଆପଣ ଆପଣଙ୍କ ପିନ କୋର୍ଡକୁ ଲେଖି ମେସେଜ କରିବେ । ଏହାପରେ ଆପଣଙ୍କ ନିକଟତର ଭ୍ୟାକ୍ସିନ ସେଣ୍ଟର ବିଷୟରେ ସମସ୍ତ ତଥ୍ୟ ଏଥିରେ ଦେଖାଇବ ।

ଏହି ସର୍ଭିସରେ ଆପଣ ଚାହିଁଲେ ଭାଷା ମଧ୍ୟ ବଦଳାଇ ପାରିବେ । ଚାର୍ଟ ବୋଟରେ ଚେଞ୍ଜ ଚାଟ ଲାଗୁଂଏଜ ଉପରେ କ୍ଲିକ କଲେ ଆପଣଙ୍କୁ ହିନ୍ଦୀ ଓ ଇଂରାଜୀ ଦେଖାଇବ । ଏହାପରେ ଆପଣଙ୍କର ଯେଉଁ ଭାଷା ଦରକାର ତା ଉପକ୍କେ୍ିକ କରିବେ । କୁହାଯାଉଛି ଯେ ଆଗାମୀ ଦିନରେ ଏହି ସର୍ଭିସରେ ଅନ୍ୟ ଭାଷା ମଧ୍ୟ ଉପଲବ୍ଧ ହେବ ।