ଜିଓ ପକ୍ଷରୁ ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ) ନିକଟରେ ଏୟାରଟେଲ, ଭୋଡାଫୋନ ସମେତ ଅନ୍ୟ ଅପରେଟରମାନେ ଚଞ୍ଚକତା ପୂର୍ବକ ନିଜର ଲ୍ୟାଣ୍ଡଲାଇନ ଫୋନକୁ ମୋବାଇଲ ଫୋନ ଦର୍ଶାଇ ଅନୈତିକ ଆଇୟୁସି ଲାଭ କରୁଥିବା ନେଇ ଅଭିଯୋଗ ଦାଖଲ କରାଯାଇଛି ଏବଂ ଏ ଦିଗରେ ନିୟମର ଖିଲାପ କରିଥିବାରୁ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ଜରିମାନା ଆଦାୟ କରିବାକୁ ଅନୁରୋଧ କରାଯାଇଛି।
ଜିଓ ପକ୍ଷରୁ ଟ୍ରାଇକୁ ଦିଆଯାଇଥିବା ଚିଠିରେ ଉଲ୍ଲେଖ ରହିଛି ଯେ ବେଆଇନ ଭାବେ ଲ୍ୟାଣ୍ଡଲାଇନ ନମ୍ବରକୁ ମୋବାଇଲ ନମ୍ବର ଭାବେ ଦର୍ଶାଇ ଏହି ଅପରେଟରମାନେ ସେମାନଙ୍କ ଉଦ୍ୟୋଗ ଜଗତ ଗ୍ରାହକମାନଙ୍କୁ କଷ୍ଟମର କେୟାର ବା ହେଲ୍ପଲାଇନ ନମ୍ବର ଭାବେ ଉପଯୋଗ କରିବା ପାଇଁ ଦେଇଛନ୍ତି, ଯାହାଦ୍ୱାରା ଜିଓର ଶହ ଶହ କୋଟି ଟଙ୍କା କ୍ଷତି ହେବା ସହିତ ରାଜସ୍ୱ ହାନି ମଧ୍ୟ ଘଟିଛି। ଟ୍ରାଇ ଅଧ୍ୟକ୍ଷ ଆର.ଏସ.ଶର୍ମାଙ୍କୁ ଲେଖାଯାଇଥିବା ଏହି ଚିଠିରେ ଜିଓ ପକ୍ଷରୁ କୁହାଯାଇଛି ଯେ ପୁରୁଣା ଅପରେଟରମାନେ ଚଂଚକତାପୂର୍ବକ ଫିକ୍ସଡ଼ ଲାଇନ ନମ୍ବରକୁ ମୋବାଇଲ ନମ୍ବର ଦର୍ଶାଇବାର ବେଆଇନ କାର୍ଯ୍ୟ ଇଛାକୃତ ଭାବେ କରିଛନ୍ତି ଏବଂ ଏହା ଇଂଟରକନେକ୍ଟ ୟୁସେଜ ଅଧିନିୟମ ସମେତ ଅନେକ ନିୟମର ଉଲ୍ଲଙ୍ଘନ କରୁଛି ।
ଜିଓ ଦ୍ୱାରା ଉଲ୍ଲେଖ କରାଯାଇଛି ଯେ ପୁରୁଣା ଅପରେଟରମାନେ ସେମାନଙ୍କର ଉଦ୍ୟୋଗ ବା ବ୍ୟବସାୟିକ ଗ୍ରାହକମାନଙ୍କୁ କଷ୍ଟମର କେୟାର ବା ହେଲ୍ପଲାଇନ ନମ୍ବର ଭାବେ ଉପଯୋଗ କରିବାପାଇଁ ମୋବାଇଲ ନମ୍ବର ପ୍ରଦାନ କରିଛନ୍ତି । ତେବେ ଏହିଭଳି ସମସ୍ତ କଲ ଆଗକୁ ଯାଇ ଫିକ୍ସଡ଼ ଲାଇନରେ ହିଁ ଶେଷ ହେଉଛି, ଯାହାଦ୍ୱାରା ଉଭୟ କଲ ଓ ଦେୟର ପ୍ରକାର ବଦଳିଯାଉଛି । ଏହାଦ୍ୱାରା ଜିଓକୁ ଏହି ଅପରେଟରମାନଙ୍କୁ ମିନିଟ ପ୍ରତି ୬ ପଇସା ଆଇୟୁସି ଚାର୍ଜ଼ ଦେବାକୁ ପଡୁଥିବା ସହିତ ନିୟମ ଅନୁସାରେ ଏହି ଭଳି ଟୋଲ-ଫ୍ରି ନମ୍ବରକୁ କଲ ବାବଦରେ ଜିଓ ମିନିଟ ପ୍ରତି ୫୨ ପଇସା ହରାଉଥିବା କମ୍ପାନୀ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି । ପୁରୁଣା ଅପରେଟର ମାନଙ୍କ ଦ୍ୱାରା ଏହିଭଳି ହଜାର ହଜାର ନମ୍ବର କାର୍ଯ୍ୟକ୍ଷମ ଥିବା ନେଇ ଜିଓ ପକ୍ଷରୁ ସନ୍ଦେହ ପ୍ରକାଶ କରାଯିବା ସହ ଏହିଭଳି କେତେକ ନମ୍ବରଗୁଡିକର ତାଲିକା ତଦନ୍ତ ପାଇଁ ଟ୍ରାଇକୁ ଦିଆଯାଇଛି ।
ଏହି ଚିଠିରେ ବେଆଇନ ଭାବରେ ଚାଲିଥିବା ଏହି ଠକାମୀ ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରିବାକୁ ପୁରୁଣା ଅପରେଟରମାନଙ୍କୁ ନିର୍ଦ୍ଦେଶ ଦେବାକୁ ଟ୍ରାଇକୁ ଜିଓ ଅନୁରୋଧ କରିବା ସହିତ ଏହିଭଳି କାର୍ଯ୍ୟର ପୁନରାବୃତ୍ତିକୁ ରୋକିବା ପାଇଁ ସର୍ବାଧିକ ଜରିମାନା ଲାଗୁ କରିବା ନିମନ୍ତେ ମତ ଦେଇଛି ।ଏଥିସହିତ ଲାଇସେନ୍ସ ସର୍ତ୍ତର ଉଲ୍ଲଙ୍ଘନ ହୋଇଥିବାରୁ ଲାଇସେନ୍ସ ପ୍ରଦାନ କରିଥିବା ଟେଲିକମ ବିଭାଗକୁ ଏହି ଅପରେଟରମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ଜରିମାନା ନିମନ୍ତେ ସୁପାରିଶ କରିବା ସହିତ ପ୍ରଯୁଜ୍ୟ ଆଇୟୁସି ଚାର୍ଜ ସୁଧ ସହିତ ଜିଓକୁ ଫେରସ୍ତ କରିବାପାଇଁ ଖିଲାପୀ ଅପରେଟରମାନଙ୍କୁ ନିର୍ଦେଶ ଦେବାପାଇଁ ମଧ୍ୟ ଜିଓ ପକ୍ଷରୁ ଟ୍ରାଇକୁ ଅନୁରୋଧ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/jiomint-kbFB-621x414@LiveMint.jpg)