ପୁଣି ଚାଲିବ ଜିଓର ଜଲୱା ! ବଜାରକୁ ଆସୁଛି ଜିଓର ସବୁଠୁ ଶସ୍ତା ମୋବାଇଲ ଫୋନ: ୫ଶହ ଟଙ୍କା ଭିତରେ ରହିଛି ଏହି ମୋବାଇଲ ଦାମ୍, ଚଲାଇପାରିବେ ହ୍ୱାଟସଆପ ଏବଂ ଫେସବୁକ୍; ଜାଣନ୍ତୁ କେବେ ଏବଂ କେଉଁଠି ପାଇବେ ଏହି ମୋବାଇଲ୍

2,885

ମହଙ୍ଗା ବଜାରରେ ସବୁବେଳେ କିଛି ନା କିଛି ଶସ୍ତା ଏବଂ ଆକର୍ଷୀୟ ଅଫର ଦେଇ ଟେଲିକମ୍ ଜଗତରେ ହଇଚଇ ସୃଷ୍ଟି କରୁଥିବା ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ କଂପାନୀ ଏବେ ହ୍ୟାଣ୍ଡସେଟ୍ ବଜାରରେ ପୁଣି ଏକ ନୂତନ ଅଧ୍ୟାୟ ଲେଖିବାକୁ ଯୋଜନା କରୁଛି । ତ ୨୦୧୭ରେ ଜିଓ ଫୋନ ଲଂଚ କରି ମୋବାଇଲ ମାର୍କେଟରେ ଚହଳ ସୃଷ୍ଟି କରିଥିବା ରିଲାଏନ୍ସ ଜିଓ ଏବେ ବଜାରକୁ ଆସୁଛି ସବୁଠୁ ଶସ୍ତା ମୋବାଇଲ ଫୋନ୍ । ଯାହାର ଦାମ ୫ ଶହ ଟଙ୍କାରୁ କମ୍ ରହିଛି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ମିଳିଥିବା ରିପୋର୍ଟ ଅନୁସାରେ, ମୁକେଶ୍ୱ ଅମ୍ବାନୀଙ୍କ ମାଲିକାନାରେ ଥିବା ରିଲାଏନ୍ସ କଂପାନୀ ଜିଓଫୋନ-ଟୁକୁ ଅପଗ୍ରେଡ ଭେରିଆଂଟରେ ବଜାରକୁ ଆଣୁଛି । ସିଧା କଥା କହିଲେ, ରିଲାଏନ୍ସ କଂପାନୀ ଏବେ ଜିଓଫୋନ୫କୁ ବଜାରରେ ଲଂଚ କରିବାକୁ ଯୋଜନା କରୁଛି । ତେବେ ରିଲାଏନ୍ସର ଏହି ନୂଆ ଜିଓଫୋନ ମଧ୍ୟ ଏକ ଫିଚର ଫୋନ । ଏବଂ ଜିଓ ଫୋନ-୫ ଓରିଜିନାଲ ଜିଓ ଫୋନର ଏକ ଲାଇଟ୍ ଭର୍ସନ ହେବ । ଯାହାକୁ କଂପାନୀ ପ୍ରଥମେ ଲଂଚ କରିଥିବା ଜିଓଫୋନର ବର୍ତ୍ତମାନର ଦାମଠାରୁ ଖୁବ୍ କମ ଦାମରେ ବିକ୍ରି କରିପାରେ । ଅର୍ଥାତ୍ କଂପାନୀ ଜିଓଫୋନ୫କୁ ୩୯୯ ଟଙ୍କାରେ ବଜାରରେ ଲଂଚ କରିପାରେ ବୋଲି ଖବର ସାମ୍ନାକୁ ଆସିଛି । ଯଦି ଏପରି ହୁଏ ତେବେ ରିଲାଏନ୍ସ କଂପାନୀର ଏହି ଫୋନକୁ ସବୁଠାରୁ ଶସ୍ତା ମୋବାଇଲ ଫୋନ ବୋଲି କୁହାଯାଇପାରିବ ।

ଜିଓଫୋନ-୫ର ସମ୍ଭାବିତ୍ ଫିଚର୍ସ

ରିପୋର୍ଟ ଅନୁସାରେ, ଜିଓର ଏହି ଫୋନରେ ୟୁଜର୍ସଙ୍କୁ ୪ଜି ସପୋର୍ଟ ମିଳିପାରେ । ସେହିଭଳି ଜିଓର ପୂର୍ବ ଫୋନମାନଙ୍କ ଭଳି ଏହି ଫୋନଟି ମଧ୍ୟ କବସଙଝ ପ୍ଲାଟଫର୍ମରେ କାମ କରିପାରେ । ଅର୍ଥାତ୍ ଜିଓଫୋନ୫ରେ କଂପାନୀ କିଛି ପ୍ରି-ଇନଷ୍ଟଲ୍ଡ ଆପ ଦେଇପାରେ । ଏହା ବ୍ୟତୀତ ଏହି ଫୋନରେ ହ୍ୱାଟସଆପ, ଫେସବୁକ ଏବଂ ଗୁଗଲ ଭଳି ଲୋକପ୍ରିୟ ଆପଗୁଡିକର ସୁବିଧା ରହିପାରେ । ସେହିଭଳି ଜିଓରୁ ଜିଓ କଲ ପାଇଁ ୟୁଜର୍ସଙ୍କୁ କୌଣସି ଚାର୍ଜ ଦେବାକୁ ପଡିବ ନାହିଁ । ଯଦି ଆପଣ ଏଥିରେ ଇଂଟରନେଟ୍ ବ୍ୟବହାର କରିବାକୁ ଚାହିଁବେ ତେବେ ଆପଣ ଜିଓର କୌଣସି ବି ପ୍ଲାନ୍ କିଣିପାରିବେ ।

ତେବେ ଜିଓଫୋନ୫ର ଲଂଚ ତାରିଖ ସଂକ୍ରାନ୍ତରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଆମର ହସ୍ତଗତ ହୋଇନାହିଁ । ତେବେ ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ବା ଆସନ୍ତାବର୍ଷ ପ୍ରାରମ୍ଭରେ ମୁକେଶ ଅମ୍ବାନୀ ଜିଓ ସ୍ମାର୍ଟଫୋନ ସହ ନୂଆ ଜିଓଫୋନ ଭ୍ୟାରିଆଂଟକୁ ମଧ୍ୟ ଲଂଚ କରିପାରନ୍ତି ବୋଲି ଜଣାପଡିଛି ।