ନଗ୍ନତାକୁ ନା’ : ଜଓ ନେଟୱର୍କରେ ଏଣିକି ଖୋଲିବନି ପର୍ଣ୍ଣ ସାଇଟ୍ ! ଅଶ୍ଲିଳ ଭିଡିଓ ଉପରେ ରୋକ ଲଗାଇବା ପାଇଁ ଜିଓର ବଡ ପଦକ୍ଷେପ ।

Advertisment
ନଗ୍ନତାକୁ ନା’ : ଜଓ ନେଟୱର୍କରେ ଏଣିକି ଖୋଲିବନି ପର୍ଣ୍ଣ ସାଇଟ୍ ! ଅଶ୍ଲିଳ ଭିଡିଓ ଉପରେ ରୋକ ଲଗାଇବା ପାଇଁ ଜିଓର ବଡ ପଦକ୍ଷେପ ।

ଜିଓ ଉଠାଇଛି ଏକ ବଡ ପଦକ୍ଷେପ । ଭାରତରେ ରହିଥିବା ଶହ ଶହ ପର୍ଣ୍ଣ ସାଇଟଗୁଡ଼ିକ ବନ୍ଦ ହୋଇଯାଇଛି । ଏକ୍ସଭିଡିଓଜ୍ ଓ ପର୍ଣ୍ଣ ହବ୍ ପରି ସାଇଟ୍ଗୁଡ଼ିକୁ ରିଲାଏନ୍ସ ଜିଓ ବନ୍ଦ କରିଥିବା ଜାଣିବାକୁ ମିଳିଛି। କିନ୍ତୁ ଏଯାଏ ସ୍ପଷ୍ଟ ହୋଇନାହିଁ କି ପ୍ରକୃତରେ କ’ଣ ଘଟିଛି। ମାତ୍ର ରେଡିଟର କେତେକ ଜିଓ ବ୍ୟବହାରକାରୀ ଅଭିଯୋଗ ଆଣିଛନ୍ତି ଯେ ସେମାନେ ସର୍ଚ କରୁଥିବା ପର୍ଣ୍ଣ ସାଇଟଗୁଡ଼ିକ ଆଉ ଜିଓ ନେଟଓ୍ଵାର୍କରେ ଦେଖିବାକୁ ମିଳୁନାହିଁ ।

publive-image

ସୂଚନା ଅନୁଯାୟୀ, ଏ ସଂପର୍କରେ ଜଣେ ବ୍ୟବହାରକାରୀ ରେଡିଟ୍ ଜରିଆରେ କହନ୍ତି, ‘ମୁଁ ପର୍ଣ୍ଣ ସାଇଟରେ କିଛି ଲୋଡ୍ କରିବା ଉଦେଶ୍ୟରେ ସାଇଟ୍ ଖୋଲିଥିଲି। ମାତ୍ର ଜିଓ ନେଟଓ୍ଵର୍କରେ ତାହା ଲୋଡ୍ ହୋଇପାରିଲା ନାହିଁ। ଏହା କେବଳ ମୋ କ୍ଷେତ୍ରରେ ହେଉଛି ନା ଆପଣମାନେ ବି ସମାନ ସମସ୍ୟା ସାମ୍ନା କରୁଛନ୍ତି?’ ତାଙ୍କର ଏହି ରେଡିଟ୍ ପୋଷ୍ଟରେ ଶହ ଶହ ଲୋକ ଉତ୍ତର ରଖି ସେମାନେ ବି ଏହି ସମସ୍ୟାକୁ ସାମ୍ନା କରୁଛନ୍ତି ବୋଲି କହହିଛନ୍ତି। ଆହୁରି କେତେକ ବ୍ୟବହାରକାରୀ ଜିଓ ନେଟଓ୍ଵାର୍କରେ ପର୍ଣ୍ଣ ସାଇଟ୍ ଖୋଲିବା ପାଇଁ ଭିପିଏନ୍ ବ୍ୟବହାର କରିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି। ଏଥିରୁ ଜଣାପଡୁଛି ଯେ କେବଳ ଆଞ୍ଚଳିକ ଓ ଆଇଏସପି ସ୍ଥରରେ ଏହି ବନ୍ଦ ହୋଇଛି।

publive-image

ସାଧାରଣତଃ ଆଜିକାଲି ଛୋଟ ଛୋଟ ପିଲାମାନେ ମଧ୍ୟ ସ୍ମାର୍ଟ ଫୋନ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ସେମାନେ ମଧ୍ୟ ଜିଓ ସିମ ବ୍ୟବହାର କରୁଛନ୍ତି । ଏଭଳି ପରିସ୍ଥିତିରେ ଛୋଟ ଛୋଟ ପିଲାମାନେ ପର୍ଣ୍ଣସାଇଟ ଗୁଡିକୁ ବେଳେ ବେଳେ ବ୍ୟବହାର କରୁଥିବା ନଜର ଆସିଛି । ଯାହାଫଳରେ ସେମାନଙ୍କ ମାନସିକ ସନ୍ତୁଳନ ଠିକ ରହିନଥାଏ । ପାଠ ପଢିବା ବୟସରେ ସେମାନେ ଏକ ଅଲଗା ଦିଗକୁ ପଳାଇଥାନ୍ତି । ତେଣୁ ଜିଓ ତରଫରୁ ନିଆଯାଇଥିବା ଏହି ପଦକ୍ଷପ ଆଗକୁ ସମାଜରେ ଏକ ବଡ ପରିବର୍ତ୍ତନ ଆଣିବା ବୋଲି ଆଶା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe