ମୋବାଇଲରେ କଥା ହେବା ପୁଣି ହେଲା ମହଙ୍ଗା । ଜିଓ ପରେ ଟାରିଫ ବଢ଼ାଇଲା ଏୟାରଟେଲ । ଜୁଲାଇ ୩ରୁ ବଢ଼ିବ ପ୍ରିପେଡ଼ ସହ ପୋଷ୍ଟପେଡ ପ୍ଲାନ୍

1,012

କନକ ବ୍ୟୁରୋ: ସରିଲା ନିର୍ବାଚନ ବଢିବ କଲ ରେଟ୍ । ଜିଓ ଓ ଏୟାରଟେଲ ନିଜ ନିଜର ଟାରିଫ୍ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ବଜାରରେ ସବୁଠୁ ଅଧିକ ଚାଲୁଥିବା ସିମ୍ ଜିଓ ୧୨ରୁ ୨୫ ପ୍ରତିଶତ ଦର ବୃଦ୍ଧି କରିବ । ଏୟାରଟେଲ ମଧ୍ୟ ନିଜ ଟାରିଫ ବୃଦ୍ଧି କରିବାକୁ ଘୋଷଣା କରିଛି । ୨୦୨୧ ପରେ ଏହା ହେଉଛି ସବୁଠୁ ବଡ ଟାରିଫ୍ ଦର ବୃଦ୍ଧି । ଜୁଲାଇ ୩ ତାରିଖରୁ ଜିଓ ଓ ଏୟାରଟେଲ ନିଜର ନୂଆ ଟାରିଫ୍ ରେଟ୍ ଲାଗୁ କରିବେ । ସବୁଠୁ ଗୁରୁତ୍ୱପର୍ଣ୍ଣ କଥା ହେଉଛି ୫ଜି ସିମ୍ ତଥା ମୋବାଇଲ ଚଳାଉଥିବା ଗ୍ରାହକଙ୍କୁ ଦିନକୁ ଅତି କମରେ ୨ ଜିବି ଅବା ତାଠାରୁ ଅଧିକ ଡାଟା ପାଇଁ ରିଚାର୍ଜ କରିବାକୁ ପଡିବ । ନଚେତ ସେମାନେ ଅନଲିମିଟେଡ୍ ଡାଟା ବ୍ୟବହାର କରିପାରିବେ ନାହିଁ ।
କେଉଁ ପ୍ଲାନ୍ କେତେ ବଢିବ?

ଜିଓ ପ୍ଲାନ୍:
ଜିଓର ମାସିକିଆ ୧୫୫ ଟଙ୍କା ପ୍ଲାନ୍ ୧୮୯ ଟଙ୍କା ହେବ
୨୩୯ ମାସିକିଆ ପ୍ଲାନ୍ ୨୯୯ ଟଙ୍କା ହେବ

ଏୟାରଟେଲ ପ୍ଲାନ୍:
ମାସିକିଆ ୧୭୯ ଟଙ୍କାର ପ୍ଲାନ୍ ୧୯୯ ଟଙ୍କା ହେବ
୧୭୯୯ ଟଙ୍କାର ବର୍ଷିକିଆ ପ୍ଲାନର ମୂଲ୍ୟ ୧୯୯୯ ଟଙ୍କାକୁ ବୃଦ୍ଧି ପାଇଛି…