କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ଜିଓର ଫାଇଭ୍ ଜି ସେବା । ପ୍ରାଥମିକ ପର୍ଯ୍ୟାୟରେ କମ୍ପାନୀ ୪ଟି ସହରରେ ଏହି ସେବା ଯୋଗାଇ ଦେବ । ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରଣାସୀର ଗ୍ରାହକଙ୍କୁ ଫାଇଭ୍ ଜିର ସୁବିଧା ମିଳିପାରିବ । ଏହା ସହ ଗ୍ରାହକଙ୍କୁ ୱେଲକମ୍ ଅଫର ଦେବ କମ୍ପାନୀ । ଏହି ଅଫର ଜରିଆରେ ଗ୍ରାହକ ଅନଲିମିଟେଡ ୫ଜି ଡାଟା, ତାହା ପୁଣି ୧ ଜିବିପିଏସ୍ ପ୍ଲସ୍ ସ୍ପିଡରେ ମିଳିବ ।
ବର୍ତ୍ତମାନ ଜିଓ ତାର ଫାଇଭ୍ ଜି ସେବା ପାଇଁ ବେଟା ଟ୍ରାଏଲ୍ସ ବ୍ୟବସ୍ଥା କରିଛି । ଏହାର ଅର୍ଥ ସମସ୍ତେ ଫାଇଭ୍ ଜି ନେଟୱର୍କର ସୁବିଧା ପାଇପାରିବେ ନାହିଁ । ଯେଉଁମାନଙ୍କ ପାଖରେ ଫାଇଭ୍ ଜି ସ୍ମାର୍ଟଫୋନ୍ ରହିଛି, ସେମାନଙ୍କୁ ଜିଓ ଫାଇଭ୍ ଜି ୱେଲକମ୍ ଅଫର ମିଳିବ । କମ୍ପାନୀ ଏଯାଏ କୌଣସି ଫାଇଭ୍ ଜି ପ୍ଲାନ୍, ବା ସ୍ୱତନ୍ତ୍ର ପ୍ୟାକ୍ ସମ୍ପର୍କରେ ଘୋଷଣା କରିନାହିଁ । ତେଣୁ ପ୍ୟାକ୍ ଘୋଷଣା ହେବା ପର୍ଯ୍ୟନ୍ତ ଫାଇଭ୍ ଜି ଫୋନ୍ ରଖିଥିବା ଜିଓ ବ୍ୟବହାରକାରୀ ଫାଇଭ୍ ଜି ନେଟୱର୍କର ସୁବିଧା ପାଇବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/1309921-jiophone-5g.webp)