ଅନ୍ୟ ସହରରେ କେବେ ସୁଦ୍ଧା ଆରମ୍ଭ ହେବ ୫ଜି ସେବା? କଣ ରହିଛି ଜିଓ ଏବଂ ଏୟାରଟେଲର ପ୍ରସ୍ତୁତି ।

ଅନ୍ୟ ସହରରେ କେବେ ସୁଦ୍ଧା ଆରମ୍ଭ ହେବ ୫ଜି ସେବା? କଣ ରହିଛି ଜିଓ ଏବଂ ଏୟାରଟେଲର ପ୍ରସ୍ତୁତି ।

କନକ ବ୍ୟୁରୋ: ୫ଜି ସେବା ଭାରତରେ ଆରମ୍ଭ ହୋଇସାରିଛି । ତେବେ କେବଳ ଏହା ୮ଟି ସହରରେ ଉପଲବ୍ଧ ହେଉଛି । ତେବେ ସମସ୍ତ ୟୁଜର୍ସଙ୍କୁ ମଧ୍ୟ ୫ଜି ସେବା ମିଳିପାରୁନାହିଁ । ସେପଟେ ଟେଲିକମ କମ୍ପାନୀ ଏହି ସେବାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି । ତେବେ ଅନେକ ସମୟରେ ପ୍ରଶ୍ନ ଉଠୁଛି ଯେ ଏହି ସେବା ଅନ୍ୟ ସହରରେ କେବେ ଆରମ୍ଭ ହେବ? ଏହାର ଜବାବରେ କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ୨୦୨୩ ମାର୍ଚ୍ଚରେ ଓଡିଶାର ୪ ସହରରେ ୫ଜି ସେବାର ଶୁଭାରମ୍ଭ ହେବାକୁ ଯାଉଛି । ତେବେ ସେ ଏହି ସହରର ନାମ ଘୋଷଣା କରିନାହାନ୍ତି ।

ଭୁବନେଶ୍ୱରରେ ୫ଜି ସେବା ଆରମ୍ଭ ହେବା ସହିତ ୧୩ ଅନ୍ୟ ସହରରେ ଲିଷ୍ଟ ଜାରି କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଜାରି ତାଲିକାରେ  ଅହମ୍ମଦାବାଦ. ବେଙ୍ଗାଲୁରୁ, ଚଣ୍ଡିଗଡ, ଗାନ୍ଧୀନଗର, ହାଇଦ୍ରାବାଦ, ଜାମନଗର, କୋଲକାତା, ଚେନ୍ନାଇ, ପୁଣେ, ଦିଲ୍ଲୀ, ମୁମ୍ବାଇର ନାମ ସାମିଲ ଥିଲା । ପରେ ଦୁଇ ଟେଲିକମ ନିର୍ମାତା କମ୍ପାନୀ ବାରଣାସୀରେ ୫ଜି ସେବାର ଶୁଭାରମ୍ଭ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe