ଦୀପାବଳିରେ ଜିଓର ସବୁଠାରୁ ଶସ୍ତା ସ୍ମାର୍ଟଫୋନ, ୧୯୯୯ ଟଙ୍କା ଦେଲେ କମ୍ପାନୀ ଦେବ ଫୋନ

537

କନକ ବ୍ୟୁରୋ : ଦେଶର ସବୁଠାରୁ ବଡ ଇଣ୍ଟନେଟ କମ୍ପାନୀ ଜିଓ ଦୀପାବଳିରେ ତା’ର ପ୍ରଥମ ସ୍ମାର୍ଟ ଫୋନ ଲଂଚ୍ କରିବାକୁ ଯାଉଛି । ଏହି ସ୍ମାର୍ଟଫୋନର ନାମ ‘ଜିଓଫୋନ ନେକ୍ସଟ’ ବୋଲି ରଖାଯାଇଛି । ଏହି ଫୋନକୁ ନେଇ ପୂର୍ବରୁ ବହୁ ଚର୍ଚ୍ଚା ହେଉଥିବା ବେଳେ ଜିଓ ଏହି ଫୋନର ଦାମ ଘୋଷଣା କରିଛି ।

ଗ୍ରାହକମାନେ ଜିଓର ଏହି ସ୍ମାର୍ଟ ଫୋନ ୧୯୯୯ ଟଙ୍କା ଦେଇ ନେଇପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ହେଲେ ଫୋନର ପ୍ରକୃତ ମୂଲ୍ୟ ୬୪୯୯ ଟଙ୍କା ରହିଛି । ବାକି ଅର୍ଥ ଗ୍ରାହକମାନଙ୍କୁ ୧୮-୨୪ କିସ୍ତି ମଧ୍ୟରେ ଦେବାକୁ ପଡିବ । ଏହି ଫୋନର ବିକ୍ରି ଦୀପାବଳି ଠାରୁ ଆରମ୍ଭ ହେବାକୁ ଯାଉଛି ।

ଏହି ସ୍ମାର୍ଟ ଫୋନକୁ ଗୁଗଲ ଓ ଜିଓ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି । ଏହା ପୂର୍ବରୁ ଗୁଗଲର ସିଇଓ ସୁନ୍ଦର ପିଚାଇ ବି ଦୀପାବଳିରେ ଏହି ଫୋନ ଲଂଚ ହେବା ନେଇ ସଂକେତ ଦେଇଥିଲେ ।
ଏହି ଫୋନକୁ ଇନଷ୍ଟଲମେଣ୍ଟରେ ନେଉଥିବା ଗ୍ରାହକମାନଙ୍କ ପାଇଁ କମ୍ପାନୀ ତରଫରୁ ୪ ଟି ପ୍ଲାନ ଲଂଚ କରାଯାଇଛି  ।

  • ଅଲୱେଜ  ୱାନ ପ୍ଲାନ : ଏହି ପ୍ଲାନରେ ଗ୍ରାହକଙ୍କୁ ୧୮କିମ୍ବା ୨୪ ମାସର କିସ୍ତି ସୁବିଧା ମିଳିବ । ଯଦି ୧୮ ମାସ ପାଇଁ ଇନଷ୍ଟଲମେଣ୍ଟ କରି ମାସକ ଗ୍ରାହକ ୩୦୦ ଟଙ୍କା ଦେଉଛନ୍ତି ତେବେ ତାଙ୍କୁ ମାସକୁ ୫ ଜିବି ଡାଟା ସହ ଦୈନିକ ୧୦୦ ମିନିଟ କଲର ସୁବିଧା ମିଳିବ ।
  • ଲାର୍ଜ ପ୍ଲାନ : ଏହି ପ୍ଲାନରେ ବି ଗ୍ରାହକଙ୍କୁ ୧୮ କିମ୍ବା ୨୪ ମାସର କିସ୍ତି ସୁଯୋଗ ମିଳିବ । ୧୮ ମାସ ପାଇଁ କିସ୍ତି କଲେ ମାସକୁ ୪୦୦ ଟଙ୍କା ଓ ୨୪ ମାସ ପାଇଁ କିସ୍ତିକଲେ ମାସକ ୪୫୦ ଟଙ୍କା ଦେବାକୁ ହେବ । ଏହି ପ୍ଲାନରେ ଗ୍ରାହକଙ୍କୁ ଦୈନିକ ୧.୫ ଜିବି ଡାଟା ସହ ଅସୀମିତ କଲର ସୁବିଧା ମିଳିବ ।
  • ଏକ୍ସଏଲ ପ୍ଲାନ : ଏହି ପ୍ଲାନରେ ବି ଗ୍ରାହକଙ୍କୁ ୧୮ କିମ୍ବା ୨୪ ମାସର କିସ୍ତି ସୁଯୋଗ ମିଳିବ । ୨୪ ମାସ ପାଇଁ କିସ୍ତି କଲେ ମାସକୁ ୫୦୦ ଟଙ୍କା ଓ ୧୮ ମାସ ପାଇଁ କିସ୍ତିକଲେ ମାସକୁ ୫୫୦ ଟଙ୍କା ଦେବାକୁ ହେବ । ଏଥିରେ ଆପଣଙ୍କୁ ଦୈନିକ ୨ ଜିବି ଡାଟା ସହ ଅସୀମିତ କଲର ସୁଯୋଗ ଦେଉଛି କମ୍ପାନୀ ।
  • ଏକ୍ସଏକ୍ସ ପ୍ଲାନ : ଏହି ପ୍ଲାନରେ ବି ଗ୍ରାହକଙ୍କୁ ୧୮ କିମ୍ବା ୨୪ ମାସର କିସ୍ତି ସୁଯୋଗ ମିଳିବ । ୨୪ ମାସ ପାଇଁ କିସ୍ତିକଲେ ମାସକୁ ୫୫୦ ଟଙ୍କା ଓ ୧୮ ମାସ ପାଇଁ କିସ୍ତିକଲେ ମାସକୁ ୬୦୦ ଟଙ୍କା ଦେବାକୁ ହେବ । ଏଥିରେ ଗ୍ରାହକଙ୍କୁ ଦୈନିକ ୨.୫ ଜିବି ଡାଟା ଓ ଅସୀମିତ କଲର ସୁବିଧା ରହିଛି । କହିରଖୁ କି ପ୍ରସେସିଂ ପାଇଁ ଆପଣଙ୍କୁ ଅଧିକ ୫୦୧ ଟଙ୍କା ଦେବାକୁ ହେବ । ଏହି ସ୍ମାର୍ଟ ଫୋନ ଦୀପାବଳି ଠାରୁ ଆପଣଙ୍କୁ ଜିଓ ଷ୍ଟୋରରେ ମିଳିବ । ୭୦୧୮୨୭୦୧୮୨ ହ୍ୱାଟ୍ସଅପ୍ ନମ୍ବରରେ ହାଏ ପଠାଇ ବି ଆପଣ ବୁକିଂ କରିପାରିବେ ।