କନକ ବ୍ୟୁରୋ: ଚାକିରି ଆଶାୟୀଙ୍କ ସିଭି ଚିରି ଫିଙ୍ଗିଦେଲେ ଜିନ୍ଦଲ କମ୍ପାନୀର କର୍ମଚାରୀ । ଜଗତସିଂହପୁରରେ ମେଗାଷ୍ଟିଲ କମ୍ପାନୀ ଖୋଲିବାକୁ ଯାଉଛି ଜିନ୍ଦଲ । ତେଣୁ ଚାକିରି ପାଇଁ ନିଯୁକ୍ତି ବିଜ୍ଞାପନ ଦେଇଥିଲା । ଅନେକ ଚାକିରି ଆଶାରେ ସିଭି ଧରି ଆସିଥିଲେ ପରୀକ୍ଷା ଦେବାକୁ । ହେଲେ ସ୍ଥାନୀୟ ଆଶାୟୀଙ୍କ ସିଭି କମ୍ପାନୀ କର୍ତ୍ତୃପକ୍ଷ ଚିରି ଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଚାକିରି ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପାଖାପାଖି ୭ ହଜାର ଆଶାୟୀ ଇଂଟରଭ୍ୟୁ ପାଇଁ ଯାଇଥିଲେ ବୋଲି ସୂଚନା ରହିଛି । ଗତ ୨୧ ତାରିଖର ପଶ୍ଚିମବଙ୍ଗ ଖଡଗପୁରରେ ଏହି ସାକ୍ଷାତକାର ହେଉଥିଲା ।

Advertisment