ଜିନ୍ଦଲ ସିମେଂଟ ପ୍ଲାଂଟର ରାସ୍ତା ନିର୍ମାଣକୁ ବିରୋଧ : ପୋଲିସ ସହ ସ୍ଥାନୀୟ ଲୋକ ମୁହାଁମୁହିଁ, ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ

141

କନକ ବ୍ୟୁରୋ : ସୁନ୍ଦରଗଡ଼ରେ ଜିନ୍ଦଲ ସିମେଂଟ ପ୍ଲାଂଟର ରାସ୍ତା ନିର୍ମାଣ ପାଇଁ ଜାଗା ଚିହ୍ନଟ ବେଳେ ପୋଲିସ୍ ଓ ଗ୍ରାମବାସୀ ମୁହାଁମୁହିଁ । କୁତ୍ରା ଥାନା ତେଲିଘଣା ଠାରେ ଥିବା ଜିନ୍ଦଲ ସିମେଂଟ ପ୍ଲାଂଟର ରାସ୍ତା ପାଇଁ ଆଜି ଜମି ଚିହ୍ନଟ ଲାଗି ପ୍ରଶାସନ ଯାଇଥିବା ବେଳେ ଉତ୍ତେଜନା ଦେଖାଦେଇଛି ।

ପେଶା ଆନ୍ଦୋଳନକାରୀମାନେ ଏହି ଅଂଚଳରେ ପଶିବାକୁ ପ୍ରଶାସନିକ ଅଧିକାରୀଙ୍କୁ ବାରଣ କରିଥିଲେ । ହେଲେ ପ୍ରଶାସନ ପକ୍ଷରୁ ପ୍ଲାଂଟ ପାଇଁ ରାସ୍ତା ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିବା ପରେ ପୋଲିସ୍, ପ୍ରଶାସନ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ । ଆନ୍ଦୋଳନକାରୀ ଓ ପୋଲିସ ଠେଲାପେଲା ହୋଇଛି । ଘଟଣାସ୍ଥଳରେ ଉପଜିଲ୍ଲାପାଳ ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । କିଛି ଆନ୍ଦୋଳନକାରୀଙ୍କୁ ଥାନାରେ ଅଟକ ରଖାଯାଇଛି ।