ପ୍ରେମିକାର ସ୍ୱାମୀକୁ ହତ୍ୟା କଲା ୧୬ ବର୍ଷ ତଳର ପ୍ରେମିକ । ୟୁ-ଟ୍ୟୁବରୁ ଶିଖିଲା ମର୍ଡର ଟ୍ରିକ୍, ନିଶା ଦେଇ ଇଟାରେ ଛେଚି ନିର୍ମମ ଭାବେ ମାରିଦେଲା ଅଭିଯୁକ୍ତ ।

510

କନକ ବ୍ୟୁରୋ : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅଂଚଳରେ ଏପରି ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ୧୬ ବର୍ଷ ତଳର ପ୍ରେମିକ ହତ୍ୟା କରିଛି ପ୍ରେମିକାର ସ୍ୱାମୀଙ୍କୁ । ଏହି ହତ୍ୟାକାଣ୍ଡର ଟ୍ରିକ୍ ୟୁ-ଟ୍ୟୁବରୁ ଶିଖିଥିବା କହିଛି ଅଭିଯୁକ୍ତ । ୧୨ ଦିନ ତଳେ ହୋଇଥିବା ଏହି ହତ୍ୟାକାଣ୍ଡର ଗୁମର ଖୋଲିବା ପରେ ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳିଯାଇଛି ।

ପ୍ରେମିକାଙ୍କ ସ୍ୱାମୀଙ୍କୁ ହତ୍ୟା କଲା ପ୍ରେମିକ । ୟୁ-ଟ୍ୟୁବରୁ ଶିଖିଲା ମର୍ଡର ଟ୍ରିକ୍ । ଏହା ଏପରି ଏକ ହତ୍ୟାକାଣ୍ଡ ଯାହାକୁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ୧୬ ବର୍ଷ ତଳର ପ୍ରେମିକାର ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କଲା ପ୍ରେମିକ । ଆଉ ସବୁଠାରୁ ବଡ କଥା ହେଉଛି ଅଭିଯୁକ୍ତ ୟୁ-ଟ୍ୟୁବରୁ ଶିଖିଥିଲା ହତ୍ୟାକାଣ୍ଡର କୌଶଳ ।

ମେ’ ୧୯, ସଂଧ୍ୟା ପ୍ରାୟ ୭ଟା । ମୁନିଗୁଡ଼ା ଥାନା ଅନ୍ତର୍ଗତ କୁଟ୍ରାଗଡ଼ । ମର୍ଡର ପ୍ଲାନ କରିଥିଲା ଅଭିଯୁକ୍ତ ରମେଶ ପାତିକା । ଟାର୍ଗେଟରେ ଥିଲେ ରାମଚନ୍ଦ୍ର ମହାନନ୍ଦିଆ । ୟୁ-ଟ୍ୟୁବରୁ କୈଶଳ ଶିଖିବା ପରେ ଗୁଣୁପୁରରୁ ଏକ ଟ୍ରାଭେରା ଗାଡ଼ିରେ ସହଯୋଗୀ କାଳିଆକୁ ନେଇ ବାହାରି ପଡ଼ିଥିଲା ଅଭିଯୁକ୍ତ ରମେଶ । ରାମଚନ୍ଦ୍ରଙ୍କୁ ଘରୁ ଡାକି ନେଇଥିଲା କୁଟ୍ରାଗଡ଼ ନିକଟ ଏକ ଇଟାଭାଟି ନିକଟକୁ । କିଛି ସମୟ ଯୁକ୍ତି ତର୍କ ପରେ ଇଟାରେ ମୁଣ୍ଡକୁ ଛେଚି ମାରି ଦେଇଥିଲା ରାମଚନ୍ଦ୍ରଙ୍କୁ ।

ଶିକ୍ଷକତା କରୁଥିବା ରାମଚନ୍ଦ୍ରଙ୍କ ପତ୍ନୀଙ୍କ ସହ ଥିଲା ଗୁଣୁପୁର ଅମ୍ବେଦକର ନଗରରେ ରହୁଥିବା ଅଭିଯୁକ୍ତ ରମେଶଙ୍କ ପ୍ରେମ ସଂପର୍କ । ୧୬ ବର୍ଷ ତଳେ ରାମଚନ୍ଦ୍ରଙ୍କ ବିବାହ ହୋଇଥିଲା । ସେମାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ମଧ୍ୟ ରହିଛି । ତେବେ ପୁରୁଣା ପ୍ରେମ ସଂପର୍କକୁ ଭୁଲି ପାରିନଥିଲା ଅଭିଯୁକ୍ତ ରମେଶ ଓ ତା’ର ପ୍ରେମିକା । ରାମଚନ୍ଦ୍ରଙ୍କ ସହ ଝଗଡ଼ା ହେବା ପରେ ପୁରୁଣା ପ୍ରେମିକ ରମେଶକୁ ସବୁକିଛି ଜଣାଇଥିଲେ ତାଙ୍କ ପତ୍ନୀ ।

ଆଉ ଏହା ପରେ ହତ୍ୟାର ବ୍ଲୁ-ପ୍ରିଂଟ୍ ବନାଇଥିଲା ଅଭିଯୁକ୍ତ । ହତ୍ୟାକାଣ୍ଡ ପରେ ଦୁର୍ଘଟଣାର ରୂପ ଦେବାକୁ କୁଟ୍ରାଗଡ଼ ବ୍ରିଜ୍ ତଳକୁ ମଟରସାଇକେଲ ସହ ରାମଚନ୍ଦ୍ରଙ୍କ ମୃତଦେହକୁ ଫିଙ୍ଗି ଦେଇଥିଲା ରମେଶ । ପତ୍ନୀଙ୍କ ୧୬ ବର୍ଷ ତଳର ପ୍ରେମ କାହାଣୀ ଯେ ଶିକ୍ଷକତା କରି ଚଳୁଥିବା ରାମଚନ୍ଦ୍ର ମହାନନ୍ଦିଆଙ୍କ ଜୀବନ ନେଇଯିବ ଏକଥାକୁ ବିଶ୍ୱାସ କରିପାରୁନାହାନ୍ତି ମୁନିଗଡ଼ା ଚିରାଙ୍ଗବୋରି ଗ୍ରାମବାସୀ । ଅଭିଯୁକ୍ତକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ମୃତ ରାମଚନ୍ଦ୍ରଙ୍କ ପରିବାର ଲୋକ ।

Comments are closed.