ପଥର ଫଟାଇବାକୁ ଘରେ ରଖିଥିଲେ ଜିଲୋଟିନ୍ ଷ୍ଟିକ୍ । ହଠାତ୍ ଘଟିଲା ବିସ୍ଫୋରଣ । ୨ ମୃତ, ୩ ଗୁରୁତର

175

କନକ ବ୍ୟୁରୋ : ପଥର ଫଟାଇବାକୁ ଘରେ ରଖିଥିବା ଜିଲୋଟିନ୍ ଷ୍ଟିକ ବିସ୍ଫୋରଣ ହେବାୁ ୨ ଜଣଙ୍କର ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ବ୍ରହ୍ମପୁର କୁକୁଡାଖଣ୍ଡିରେ । ସୂଚନା ମୁତାବକ ଘରେ ରୋଷେଇ କରିବା ବେଳେ ଗ୍ୟାସ୍ ଟାଙ୍କି ଫାଟିଯିବାରୁ ଘରସାରା ନିଆଁ ଖେଳେଇ ହୋଇଯାଇଥିଲା । ଫଳରେ ଘରେ ପଥର ଫଟାଇବାକୁ ରଖାଯାଇଥିବା ଜିଲୋଟିନ୍ ଷ୍ଟିକଗୁଡିକ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଜୋରରେ ହୋଇଥିଲା କି ଘରେ ଥିବା ଲୋକମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ଏମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଭର୍ତି କରାଯାଇଛି । ସେପଟେ ଘଟଣାସ୍ଥଳରେ ପୋଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ପହଂଚିଛନ୍ତି ।