ଏମିତି ୟୁନିଭର୍ସିଟି, ଯେଉଁଠି ମିଳେ ଆତଙ୍କୀ ଡିଗ୍ରୀ

244

କନକ ବ୍ୟୁରୋ: ପାକିସ୍ତାନରେ ରହିଛି ଏମିତି ଏକ ୟୁନିଭର୍ସିଟି, ଯେଉଁଠି ମିଳେ ଆତଙ୍କୀ ଡିଗ୍ରୀ । ଜିହାଦ ନାଁରେ ଚାଲୁଥିବା ଏହି ମଦ୍ରାସାରେ ଦିଆଯାଉଛି ସମସ୍ତ ଆତଙ୍କୀ ଶିକ୍ଷା । ଆପଣ ଜାଣି ଅଶ୍ଚର୍ଯ୍ୟ ହେବେ ଆଜିକାର ତାଲିବାନି କ୍ୟାବିନେଟକୁ ପ୍ରସ୍ତୁତ କରିଛି ଏହି ପାକିସ୍ତାନୀ ମଦ୍ରାସା । ଏଠାରୁ ଉତ୍ତୀର୍ଣ ଅନେକ ଛାତ୍ର ଏବେ ତାଲିବାନର କ୍ୟାବିନେଟର ମନ୍ତ୍ରୀ ପଦରେ । ତାଲିବାନର ପ୍ରଧାନମନ୍ତ୍ରୀ ହୁଅନ୍ତୁ ବା ପ୍ରତିରକ୍ଷା ମନ୍ତ୍ରୀ ସମସ୍ତଙ୍କ ପାଖରେ ଏହି ଜିହାଦି ୟୁନିଭର୍ସିର୍ଟିର ଡିଗ୍ରୀ ଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି ।


କ’ଣ ଏହି ପାକିସ୍ତାନି ଜିହାଦି ୟୁନିଭର୍ସିର୍ଟିର ସତ୍ୟତା?କେଉଁ କେଉଁ ତାଲିବାନୀ ନେତା ଏହି ଜିହାଦୀ ୟୁନିଭର୍ସିର୍ଟିର ଛାତ୍ର?କିପରି ଏଠାରେ ଦିଆଯାଏ ଆତଙ୍କି ଶିକ୍ଷା? ପେଶାୱରକୁ ଯାଇଥିବା ମୁଖ୍ୟ ରାସ୍ତା ଜିଟି ରୋଡର ଆକୋଡା ଖାଟ୍ ନିକଟରେ ରହିଛି ଏହି ମଦ୍ରାସା । ଏହାର ପ୍ରକୃତ ନାଁ ହେଉଛି ଜାମିୟା ଦାରୁଲ ହୁଲୁମ୍ ହକ୍କାନିୟା । ଏହାର ଜନକ ମୌଲାନା ସମି ଉଲ ହକ୍ । ଯିଏ ସବୁବେଳେ କାଶ୍ମୀର ବିରୋଧରେ ବିଷ ଉଦଗାର କରୁଥିଲେ । ହେଲେ ୨୦୧୮ ରେ ତାଙ୍କୁ ହତ୍ୟା କରାଗଲା । କାଶ୍ମୀର ହେଉଛି ପାକିସ୍ତାନର ଲକ୍ଷ୍ୟ । ଏହାକୁ ଜିହାଦ ବିନା ସ୍ୱାଧିନ କରାଯାଇପାରିବ ନାହିଁ ବୋଲି ମତ ଦେଉଥିଲେ ସମି ଉଲ୍ ହକ୍ ।


ଏହି ଜିହାଦି ୟୁନିଭର୍ସିର୍ଟିର ଛାତ୍ର ହେଉଛନ୍ତି ବିଶ୍ୱର ମୋଷ୍ଟ ୱଣ୍ଟେଡ୍ ଆତଙ୍କବାଦୀ ଯେଉଁମାନେ ଏବେ ତାଲିବାନି କ୍ୟାବିନେଟ୍ ମନ୍ତ୍ରୀ । ଏହି ତାଲିକାରେ ଅଛନ୍ତି
ତାଲିବାନର ଜଳ ଓ ବିଦ୍ୟୁତ୍ ମନ୍ତ୍ରୀ ମୁଲ୍ଲା ଅବଦୁଲ ହନିଫ୍ ମନସୁର

ମୌଲାନା ଅବଦୁଲ ବାକି- ଉଚ୍ଚଶିକ୍ଷା ମନ୍ତ୍ରୀ
ସିରାଜୁଦ୍ଦିନ୍ ହକ୍କାନି-ଗୃହମନ୍ତ୍ରୀ
ମୁଲ୍ଲା ୟାକୁବ- ରକ୍ଷାମନ୍ତ୍ରୀ
ନଜିବୁଲ୍ଲା ହକ୍କାନି-ସୂଚନା ପ୍ରସାରଣ ମନ୍ତ୍ରୀ
ମୌଲାନା ନୁର ମହମ୍ମଦ ସାକିନ୍-ହଜ ମନ୍ତ୍ରୀ
ଅବଦୁଲ ହକିମ୍ ସହରାଇ- ଆଇନ୍ ମନ୍ତ୍ରୀ
ଏହାସହ ତାଲିବାନ୍ ମୁଖପାତ୍ର ମହମ୍ମଦ ନଇମ୍ ଓ ସୋହେଲ ସାହିନ୍ ମଧ୍ୟ ଏହି ଜିହାଦି ମଦ୍ରାସାରୁ ଡିଗ୍ରୀ ପରେ ପିଏଚଡି କରିଛନ୍ତି ।


ପୂର୍ବ ତାଲିବାନୀ ସରକାର ସମୟରେ ସୋଭିଏତ ରାଷ୍ଟ୍ରର ଆକ୍ରମଣ ପରେ ଏହି ଜିହାଦି ୟୁନଭର୍ସିଟି ଅଧିକ ସକ୍ରିୟ ହୋଇଉଠିଥିଲା ।ଆତଙ୍କବାଦୀ ଶିକ୍ଷା ସାଙ୍ଗକୁ ଧାର୍ମିକ ରାଜନୀତିକୁ ପ୍ରୋତ୍ସାହନ ଦେଉଥିବାରୁ ଏହାକୁ ଜିହାଦି ୟୁନିଭରସିଟିର ଆଖ୍ୟା ଦିଆଯାଇଛି । ଏହାକୁ ଆର୍ଥିକ ସହାୟତା ଯୋଗାଉଛି ଇମ୍ରାନ ଖାନଙ୍କ ପାକିସ୍ତାନି ତେହରିକି ଇନସାଫ ପାର୍ଟି । ଏଥିରୁ ଉତ୍ତିର୍ଣ୍ଣ ହେଉଥିବା ଆତଙ୍କିଙ୍କୁ ଢାଲ କରି ପତିଆରା ଦେଖାଉଛି ପାକିସ୍ତାନ ।ଆଫଗାନିସ୍ତାନରେ ପାକିସ୍ତାନ ଆଉଏସଆଇ ମୁଖ୍ୟ ଫୈଜ୍ ହମିଦଙ୍କ ରହଣି ଏହାକୁ ସ୍ପଷ୍ଟ କରିଛି ।