ରାଜଧାନୀରେ ମାତିଛନ୍ତିି ଜିଗୋଲୋ ରାକେଟ । ଅନଲାଇନରେ ପ୍ଲେ ବୟ ଚାକିରି କରେଇ ଦେବାକୁ କହି ଠକେଇ କରୁଥିବା ଅଭିଯୋଗ । କନକ ନ୍ୟୁଜରେ ଠକେଇର କାହାଣୀ କହିଲେ ଭୁବନେଶ୍ୱରର ଯୁବକ।

359

କନକ ବ୍ୟୁରୋ : ରାଜଧାନୀରେ ମାତିଛନ୍ତିି ଜିଗୋଲୋ ରାକେଟ । ଅନଲାଇନରେ ପ୍ଲେ ବୟ ଚାକିରି କରେଇ ଦେବାକୁ କହି ଫସାଉଛନ୍ତି ବେକାର ଯୁବକମାନଙ୍କୁ । ଗୋଟେ ରାତି ସୁନ୍ଦରୀ ମହିଳାମାନଙ୍କ ସହିତ କାଟାଇଲେ ପାରିଶ୍ରମିକ ବାବଦରେ ୩୦ ହଜାର ଟଙ୍କା ରୋଜଗାର ପାଇଁ ଅଫର ମଧ୍ୟ କରାଯାଉଛି । ଏମିତି କିଛି ଲାଳସାରେ ଫସୁଛନ୍ତି ଯୁବକ । ସେହି ଠକ ରାକେଟର ଶିକାର ହୋଇ ୯ ହଜାର ଟଙ୍କା ହରାଇଛନ୍ତି ଭୁବନେଶ୍ୱରର ଜଣେ ଯୁବକ ।

ଏନେଇ ଯୁବକ ଜଣକ କହିଛନ୍ତି କରୋନା ସମୟରେ ବେକାର ହୋଇ ଘରେ ବସିଥିଲି । ଅନଲାଇନରେ ଏହି ପ୍ଲେ ବୟ ଚାକିରିର ସୂଚନା ପାଇଲି । ସେମାନେ ପ୍ରଥମେ ୨ ହଜାର ଟଙ୍କା ଦେଇ ମେମ୍ବରସିପ କରିବାକୁ କହିଲେ । ପରେ ସେମାନେ ମୋତେ ଅନଲାଇନ ଆଇକାର୍ଡ ଦେଲେ ତା ସହ ଜଣେ ଝିଅର ନମ୍ବର ଦେଲେ । ପରେ ଗୋଟେ ଜାଗାକୁ ମୋତେ ଡାକିଲେ ଆଉ ପୁଣି ୫ ହଜାର ଟଙ୍କା ଦେବାକୁ କହିଲେ । ଏଭଳି ଭାବେ ମୋଠୁ ୯ ହଜାର ଟଙ୍କା ନେଇଯାଇଥିଲେ ।

ଯୁବକ ଜଣକ ଏକ ଘରୋଇ କମ୍ପାନିରେ କାମ କରୁଥିଲେ । କରୋନା ଯୋଗୁଁ ଦରମା ଅଧା ହୋଇଯିବା ପରେ ଏହି ରାସ୍ତାକୁ ସେ ବାଛି ଥିବା କହିଛନ୍ତି । ଅନଲାଇନରେ ଯୁବକ ଜଣକ ଏହି ବିଜ୍ଞାପନ ଦେଖି ଠକେଇର ଶିକାର ହୋଇଥିବା କହିଛନ୍ତି ।