ବାଲେଶ୍ୱର ଉପ-ନିର୍ବାଚନ ପୂର୍ବରୁ ଚର୍ଚ୍ଚା ବଢ଼ାଇଲା ବିଜେଡି ନେତା ଜୀବନ ପ୍ରଦୀପ ଦାସଙ୍କ ବୟାନ । କହିଲେ, ନିର୍ବାଚନ ହାରିଥିବା ନେତାଙ୍କୁ କରାନଯାଉ ପ୍ରାର୍ଥୀ : କିଏ ପାଇବ ଟିକେଟ ତାକୁ ନେଇ ଚର୍ଚ୍ଚା

484

କନକ ବ୍ୟୁରୋ : ପ୍ରାର୍ଥୀ ଘୋଷଣା ହେବା ପୂର୍ବରୁ ବାଲେଶ୍ୱର ଉପ-ନିର୍ବାଚନ ନେଇ ବିଜେଡି ନେତା ଜୀବନ ପ୍ରଦୀପ ଦାସ ଦେଇଥିବା ବୟାନ ଚର୍ଚ୍ଚାର ଖୋରାକ୍ ଯୋଗାଇଛି । ଗତ ବିଧାନସଭା ନିର୍ବାଚନରେ ବିଜେଡି ଟିକେଟରେ ନିର୍ବାଚନ ଲଢ଼ିଥିବା ଜୀବନ ପ୍ରଦୀପ ଦାସ କହିଛନ୍ତି- ଗତ ନିର୍ବାଚନରେ ହାରିଥିବା ନେତାଙ୍କୁ ଉପ-ନିର୍ବାନଚରେ ପ୍ରାର୍ଥୀ କରାନଯାଉ ।

ଜୀବନ ପ୍ରଦୀପ ଦାସଙ୍କ ଏହି ବୈଠକ ଏକ ରୋଚକ ରାଜନୀତି ସୃଷ୍ଟି କରିଛି କାରଣ, ଗତ ନିର୍ବଚନରେ ସେ ବିଧାନସଭା ପାଇଁ ବାଲେଶ୍ୱର ସଦରରୁ ପ୍ରାର୍ଥୀ ଥିବା ବେଳେ ଜିଲ୍ଲା ବିଜେଡି ସଭାପତି ଥିବା ରବୀନ୍ଦ୍ର ଜେନା ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ଅର୍ଥାତ୍ ଉଭୟ ନେତାଙ୍କୁ ଟିକେଟ୍ ନଦେବା ସମ୍ପର୍କରେ ଜୀବନ ପ୍ରଦୀପ ଦାସଙ୍କ ବୟାନ ଯାଉଛି । ଯଦିି ଏହି ଦୁଇ ଜଣ ନେତାଙ୍କ କିମ୍ବା ତାଙ୍କ ସମ୍ପର୍କୀୟଙ୍କୁ ବିଜେଡି ଟିକେଟ ଦିଆନଯାଏ ।

ତେବେ ଟିକେଟ୍ ମିଳିବ କାହାକୁ । ନୂଆ ଚେହେରା କିମ୍ବା ନୁଆଁ ନେତାଙ୍କ ସମକ୍ଷରେ ଯୁକ୍ତି ରଖୁଛନ୍ତି କି ଜୀବନ ପ୍ରଦୀପ ଦାସ । ବଡ଼ କଥା ହେଉଛି ଟିକେଟ୍ର ଚୁଡାନ୍ତ ନିଷ୍ପତି ବିଜେଡି ସୁପ୍ରିମୋଙ୍କ ହାତରେ । ଆଉ ସୁପ୍ରିମୋ ନିଷ୍ପତି କରିବା ପୂର୍ବରୁ ଜୀବନ ପ୍ରଦୀପ ଦାସଙ୍କ ଏହି ବୟାନ ରାଜନୈତିକ ଆଳକନକୁ ଦ୍ୱନ୍ଦରେ ପକାଇ ଦେଇଛି । ଶୁଣି ନିଅନ୍ତୁ କଣ କହିଛନ୍ତି-ଜୀବନ ପ୍ରଦୀପ ଦାସ ।