ଜିଆ ଖାନ ଆତ୍ମହତ୍ୟା ମାମଲା : ଅଭିନେତା ସୂରଜ ପାଞ୍ଚୋଲିଙ୍କୁ ବଡ ଆଶ୍ୱସ୍ତି; ନିର୍ଦ୍ଦୋଷରେ ଖଲାସ କଲେ ସିବିଆଇ କୋର୍ଟ

173

କନକ ବ୍ୟୁରୋ : ଜିଆ ଖାନ ଆତ୍ମହତ୍ୟା ମାମଲା । ଅଭିନେତା ସୂରଜ ପାଞ୍ଚୋଲିଙ୍କୁ ବଡ ଆଶ୍ୱସ୍ତି । ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ସିବିଆଇ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ତାଙ୍କ ବିରୁଦ୍ଧରେ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗ ଥିଲା ।

୨୦୧୩ ଜୁନ ୩ରେ ଜିଆଙ୍କ ମୃତ୍ୟୁ ହୋଇଥିଲା । ମୁମ୍ବାଇ ଜୁହୁସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ଜିଆ ଖାନ ଉଦ୍ଧାର ହୋଇଥିଲେ । ମୃତ୍ୟୁ ପୂର୍ବରୁ ସେ ଏକ ୬ ପୃଷ୍ଠାର ଚିଠି ଲେଖିଥିଲେ । ଯାହାକୁ ଜବତ କରାଯାଇ ସୁରଜ ପାଞ୍ଚୋଲିଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି । ସିବିଆଇ ଜୁନ୍ ୧୦, ୨୦୧୩ ରେ ଏହାର ତଦନ୍ତ ଆରମ୍ଭ କରିଥିଲା । ମୁମ୍ବାଇ ପୋଲିସ ଦ୍ୱାରା ଜବତ ହୋଇଥିବା ଚିଠିଟି ଜିଆ ଖାନ ଲେଖିଥିଲେ ।