ବିଦ୍ୟାଳୟର ମରାମତି ପାଇଁ ଗାଁଲୋକଙ୍କ ନିଆରା ପ୍ରୟାସ । କିଛି ଉନ୍ନତିମୂଳକ କାର୍ଯ୍ୟ ପାଇଁ ପ୍ରଶାସନ ଆଗରେ ଅନେକ ଗୁହାରୀ କରିବାକୁ ପଡିଥାଏ କିନ୍ତୁ ସମସ୍ୟାର ସମାଧାନ ହେବାକୁ ଅନେକ ସମୟ ଲାଗେ । ଜୟପୁରରେ କିନ୍ତୁ ନୂଆ ପ୍ରୟାସଟିଏ ଦେଖିବାକୁ ମିଳିଛି । ଜୟପୁରର ଝୁନଝୁନୁ ଜିଲ୍ଲାର ଲାଲପୁରା ଗାଁ ସ୍କୁଲର ମରାମତି କରିବା ପାଇଁ ପ୍ରଶାସନକୁ ଅପେକ୍ଷା କରିନାହାନ୍ତି ଗ୍ରାମବାସୀ । ଗାଁଲୋକ ଘର ଘର ବୁଲି ୪୧.୫୧ ଲକ୍ଷ ଟଙ୍କା ସଂଗ୍ରହ କରି ଭାଙ୍ଗିଯାଇଥିବା ସ୍କୁଲ୍ କୋଠାର ମରାମତି ପାଇଁ ଟଙ୍କା ଯୋଗାଡ କରିଛନ୍ତି ।

Advertisment

publive-image

ଗତ ୫ ମାସ ହେବ ସରକାରୀ ବିଦ୍ୟାଳୟ ମୁଖ୍ୟ ଅଧିକାରୀ ଓ ଗାଁର ବୁଦ୍ଧିଜୀବି ଘର ଘର ବୁଲି ଟଙ୍କା ସଂଗ୍ରହ କରିଛନ୍ତି । ଜିଲ୍ଲାପାଳ ରବି ଜୈନ ଏହି ଟଙ୍କାକୁ ଗ୍ରହଣ କରିଛନ୍ତି । ଏହି ଟଙ୍କାରେ ବିଦ୍ୟାଳୟରେ ୧୨ଟି ଗୃହ ଓ ୮ମ ଶ୍ରେଣୀ ବିଜ୍ଞାନାଗାର ପ୍ରସ୍ତୁତ ହେବାର ଯୋଜନା କରାଯାଇଛି । ସେହି ବିଦ୍ୟାଳୟର ବହୁ ପୁରାତନ ଛାତ୍ରଛାତ୍ରୀମାନେ ଏହି ଯୋଜନାରେ ସାମିଲ୍ ଅଛନ୍ତି । ବିଦ୍ୟାଳୟର କର୍ତ୍ତୃପକ୍ଷ ଏହାକୁ ନେଇ ଗ୍ରାମବାସୀଙ୍କ ପାଖରେ ଲାଭପ୍ରଦର ପ୍ରସ୍ତାବ ରଖିଛନ୍ତି । ଲାଲପୁରା ସରକାରୀ ଅଧ୍ୟକ୍ଷ ସୁମନ ଭାରିଆ କହିଛନ୍ତି ଯେ, ଗ୍ରାମବାସୀଙ୍କ ଏଭଳି ନିଆରା ପ୍ରୟାସ ପ୍ରଶଂସାଯୋଗ୍ୟ । ଟଙ୍କା ଦେଉଥିବା ବ୍ୟକ୍ତି ସର୍ବନିମ୍ନ ୧୦୦ ଟଙ୍କାରୁ ଆରମ୍ଭ କରି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଦ୍ୟାଳୟକୁ ଦାନ କରିଛନ୍ତି ।