ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ନୂଆ ଜୀବନସାଥି ହେଲେ ଅଭିନେତ୍ରୀ ଝିଲିକ୍ । ଗତକାଲି ରାତିରେ ଗୋପନୀୟ ଭାବରେ ହେଲା ବାହାଘର, କନକ ନ୍ୟୁଜକୁ ସ୍ପଷ୍ଟ କଲେ ପ୍ରଫୁଲ୍ଲ ଘଡେଇ ।

15,497

କନକ ବ୍ୟୁରେରା: ଓଲିଉଡ୍ ସୁନ୍ଦରୀ ଝିଲିକଙ୍କୁ ବିବାହ କଲେ ପ୍ରୀତିରଞ୍ଜନ ଘଡେଇ । ଦୁହିଁଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାପରେ କନକ ନ୍ୟୁଜକୁ ଏହି ଫଟୋ ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରୀତିରଂଜନଙ୍କ ବାପା ପ୍ରଫୁଲ୍ଲ ଘଡାଇ । ସେ ସ୍ପଷ୍ଟ କରିଛନ୍ତି ଗତକାଲି ଏହି ବିବାହ ହୋଟେଲ ସ୍ୱସ୍ତି ଚିଲିକାରେ ନିକଟତମ ସଂପର୍କୀୟଙ୍କ ଗହଣରେ ସମ୍ପନ୍ନ ହୋଇଛି ।

ତେବେ ଫଟୋରେ ଦେଖିବାକୁ ମିଳିଛି ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡେଇ ବା ଡ୍ୟାନି ଓ ତାଙ୍କ ସହିତ ଅଛନ୍ତି ଓଲିଉଡ୍ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ । ତେବେ ଏ ବିବାହ ଅତି ଗୋପନୀୟ ଭାବରେ ହୋଇଥିବାରୁ ଏନେଇ କେହି ପ୍ରାକ୍ ସୂଚନା ପାଇପାରିନଥିଲେ । ଆଜି ବରକନ୍ୟା ଘରକୁ ଫେରିବେ ବୋଲି ପ୍ରଫୁଲ୍ଲ ଘଡେଇ କହିଛନ୍ତି ।

ବିବାହ ବେଦୀରେ ବସିଥିବା ଝିଲିକଙ୍କ ମଥାରେ  ପ୍ରୀତିରଂଜନ ଘଡେଇ ସିନ୍ଦୁର ପିନ୍ଧାଇ ଦେଉଥିବାର ଏକ ଫଟୋ ଆସିଛି ସାମ୍ନାକୁ । ଆଉ ଏକ ଫଟୋରେ ଝିଲିକ ଘଡେଇ ପରିବାର ଗହଣରେ ଠିଆ ହୋଇ ପୋଜ୍ ଦେଇଛନ୍ତି । ବିବାହର ଫଟୋକୁ ନିଜ ଫେସବୁକ୍ ରେ ଅପଲୋଡ୍ କରି ସମସ୍ତଙ୍କ ଠାରୁ ଆଶୀର୍ବାଦ କାମନା କରିଛନ୍ତି ଝିଲିକ୍ । ଏହି ପୋଷ୍ଟରେ ବେଶ୍ କମେଂଟ ଦେଖିବାକୁ ମିଳିଛି ।