କନକ ବ୍ୟୁରୋ : ଡୋନାଲ୍ଡ ଟ୍ରମ୍ପଙ୍କ ଷଡଯନ୍ତ୍ର, ବାଥରୁମରୁ ମିଳିଲା ପ୍ରମାଣ । ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ୩୭ଟି ମାମଲା ହୋଇଛି । ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ ହାଉସ ଛାଡିବା ବେଳେ ସାଙ୍ଗରେ ନେଇ ଆସିଥିଲେ ସୁରକ୍ଷା ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ । ଏନେଇ ୩୭ଟି ମାମଲା ରୁଜୁ ହୋଇଛି ବଡ଼ କଥା ହେଉଛି ଏହି ଅଭିଯୋଗ ପ୍ରମାଣିତ ହେଲେ ୨୦ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ପ୍ରାବଧାନ ରହିଛି ।

Advertisment

ରାଷ୍ଟ୍ରପତି ପଦ ଛାଡ଼ିବା ପରେ ଗୁପ୍ତ କାଗଜପତ୍ରର ବ୍ୟବହାର ଓ ପରିଚାଳନା ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯେଉଁ ଅଭିଯୋଗ ହୋଇଥିଲା ଇଏ ସେହି ସବୁ କାଗଜପତ୍ର । ଯାହା ଟ୍ରମ୍ପଙ୍କ ଘରୁ ଜବତ ହୋଇଥିଲା । ଯାହାର ଫଟୋ ଏବେ ଜାରି କରାଯାଇଛି । ବେଡରୁମଠାରୁ ଆରମ୍ଭ କରି ବାଥରୁମ୍ ଓ ଷ୍ଟୋରରୁମ ସହ ବିଭିନ୍ନ ସ୍ଥାନରୁ ମିଳିଛି ଏହି ଦସ୍ତାବିଜ । ୨୦୨୧ରେ ହ୍ୱାଇଟ ହାଉସ ଛାଡିବା ବେଳେ ନିଜ ସହିତ ପେଂଟାଗନ୍, ସିଆଇଏ, ରାଷ୍ଟ୍ରିୟ ସୁରକ୍ଷା ଏଜେନ୍ସି ସହ ସମ୍ପୃକ୍ତ ଅତି ସମ୍ବେଦନଶୀଳ ଫାଇଲ ନିଜ ସହ ନେଇଯାଇଥିଲେ । ଅଭିଯୋଗ ହୋଇଛି ଟ୍ରମ୍ପ ବିନା ସୁରକ୍ଷା ଅନୁମତିରେ ଦସ୍ତାବିଜ ଗୁଡିକ କିଛି ଲୋକଙ୍କୁ ଦେଖାଇଛନ୍ତି । ଏହି କାଗଜପତ୍ର ଦେଶରେ ବହୁ ଗୁରୁତ୍ୱପୂର୍ଣ୍ଣ ଓ ସମ୍ପେଦନଶୀଳ ତଥ୍ୟ ରହିଛି । କେବଳ ନିର୍ଦ୍ଧିଷ୍ଟ ଅଧିକାରୀ ଓ ବ୍ୟକ୍ତିଙ୍କ ପାଖରେ ଏହି ତଥ୍ୟ ରହିବା ନିୟମ ରହିଛି ।

ରାଷ୍ଟ୍ରପତି ପଦ ଛାଡ଼ିବା ପରେ ଗୁପ୍ତ କାଗଜପତ୍ରର ବ୍ୟବହାର ଓ ପରିଚାଳନା ନେଇ ତାଙ୍କ ବିରୋଧରେ ଅଭିଯୋଗପତ୍ର ଦାଖଲ ହୋଇଛି । ଟ୍ରମ୍ପଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରାଯାଇଛି ଓ ଜୁନ ୧୩ରେ ମିଆମି କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୨ ଜାନୁଆରୀରେ ଟ୍ରମ୍ପଙ୍କ ଫ୍ଲୋରିଡା ଘରୁ କାଗଜପତ୍ର ମିଳିଥିଲା । ଟ୍ରମ୍ପଙ୍କ ପକ୍ଷରୁ କୁହାଗଲା ଯେ, ପ୍ରଶାସନ ମାଗିଥିବା ସବୁ କାଗଜପତ୍ର ଦିଆସରିଛି । ହେଲେ ପ୍ରଶାସନ ଏହାକୁ ଖଣ୍ଡନ କଲା । ପରେ ପୁଣି ଆଉ ୩୩ ବାକ୍ସର କାଗଜପତ୍ର ଉଦ୍ଧାର କରାଗଲା । ଏହି ମାମଲାରେ ଏବେ ଟ୍ରମ୍ପଙ୍କ ନାଁରେ ଅଭିଯୋଗପତ୍ର ଦାଖଲ ହୋଇଛି ନୂଆ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ଟ୍ରମ୍ପ । ସେ କହିଛନ୍ତି ଯେ, ବାଇଡେନ ପ୍ରଶାସନ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛି ।