ଘରୋଇ କମ୍ପାନୀ କବଜାରେ ଝାରସୁରଗୁଡ଼ାର ଛେଲିଆ ପାହାଡ: ପଥର ଖନନ ବେଳେ ବ୍ଲାଷ୍ଟିଂ ଯୋଗୁଁ ଫାଟୁଛି ପାଖ ଗାଁରେ ଥିବା ଘର ଦ୍ୱାର

102

କନକ ବ୍ୟୁରୋ: ଅସ୍ତିତ୍ୱ ହରାଇବାକୁ ବସିଛି ଝାରସୁରଗୁଡ଼ାର ଛେଲିଆ ପାହାଡ଼ । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଭିକମପାଲି ପଂଚାୟତରେ ଛେଲିଆ ପାହାଡ଼ ରହିଛି ।ମହାନଦୀ କୂଳରେ ଥିବା ଏହି ପାହାଡ଼ ଚାରି ପାଂଚଟି ଗାଁର ଜୀବିକାର ଏକ ବୃହତମ ଅଙ୍ଗ । ମାତ୍ର ୨୦ ବର୍ଷରୁ ଉର୍ଦ୍ଧ ହେବ ଘରୋଇ କମ୍ପାନୀର କବ୍ଜାରେ ରହି ଏହାର ଅସ୍ତିତ୍ୱ ହରାଇବାକୁ ବସିଲାଣି ଛେଲିଆ ପାହାଡ଼ । ଏହା ସହ ଏହି ପାହାଡ଼ରୁ ପଥର ଖନନ ସମୟରେ ବ୍ଲାଷ୍ଟିଂ ଯୋଗୁଁ ଘର ଦ୍ୱାର ଫାଟି ଯାଉଥିବା ଅଭିଯୋଗ କରିଛନ୍ତି ଅଂଚଳବାସୀ । ବହୁ ଅଂଚଳବାସୀ ପାହାଡ଼ ଉପରୁ ମିଳୁଥିବା ଫଳ ଓ ଔଷଧୀୟ ଦ୍ରବ୍ୟ ବିକ୍ରି କରି ପରିବାର ପ୍ରତିପୋଷଣ କରିବାକୁ ପାହାଡ଼ ଉପରେ ନିର୍ଭର କରିଥାନ୍ତି ।ତେବେ ଏବେ ଏହି ପାହାଡ଼ର ସୁରକ୍ଷା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।