ଆଜିଠୁ ଝାରସୁଗୁଡାରୁ ବାରଣାସୀ ବିମାନ ସେବା । ଦିନ ୧୦ଟାରେ ଛାଡିବ ଝାରସୁଗୁଡାରୁ-ଭୂବନେଶ୍ୱରରେ ପହଁଞ୍ଚିବା ପରେ ପୁଣି ଯିବ ବାରଣାସୀ

235

କନକ ବ୍ୟୁରୋ: ଆଜିଠାରୁ ଝାରସୁଗୁଡାରୁ ଭୁବନେଶ୍ୱର ଦେଇ ବାରଣାସୀକୁ ବିମାନ ଚଳାଚଳ କରିବ ଏଲାଏନ୍ସ ଏୟାର । ଏଲାଏନ୍ସ ଏୟାର ପକ୍ଷରୁ ଇଞ୍ଜଜ-୭୨ ବିମାନ ଚଳାଚଳ କରିବ । ଏହି ବିମାନଟି ୭୨ ସିଟ ବିଶିଷ୍ଟ । ବିମାନଟି ଝାରସୁଗୁଡା ବିମାନବନ୍ଦରରୁ ଦିନ ୧୦ଟା ସମୟରେ ଛାଡି ଭୁବନେଶ୍ୱରରେ ୧୧ଟା ୦୫ ମିନିଟରେ ପହଂଚିବ ।

ପରେ ଭୁବନେଶ୍ୱରରୁ ଦିନ ୧୨ଟା ୧୫ମିନିଟରେ ଛାଡି ବାରଣାସୀରେ ୨ଟା ସମୟରେ ପହଂଚିବ ବୋଲି ସୂଚନା ଦେଇଛନ୍ତି ବିମାନବନ୍ଦର କର୍ତୃପକ୍ଷ । ସେହି ବିମାନଟି ବାରଣାସୀରୁ ଦିନ ୨ଟା୩୦ମିନିଟରେ ଛାଡି ଭୁବନେଶ୍ୱରରେ ୪ଟା ୨୦ମିନିଟରେ ପହଂଚିବ ଏବଂ ଭୁବନେଶ୍ୱରରୁ ଅପରାହ୍ନ ୪ଟା ୪୫ମିନିଟରେ ଛାଡି ଝାରସୁଗୁଡାରେ ୫ଟା ୫୦ ମିନିଟରେ ପହଂଚିବାର ସୂଚନା ରହିଛି ।

ଅନ୍ୟପଟେ ଗତ ୨୭ ତାରିଖରେ ଏଲାୟନ୍ସ ଏୟାର ପକ୍ଷରୁ କୋଲକାତାରୁ ଝାରସୁଗୁଡ଼ାକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଯାଇଛି। ଏଲାୟନ୍ସ ଏୟାର ପକ୍ଷରୁ ଉଡାନ ୩ ସ୍କିମରେ ନିୟମିତ କୋଲକାତା-ଝାରସୁଗୁଡ଼ା ମଧ୍ୟରେ ଏହି ବିମାନ ଚଳାଚଳ କରିବାକୁ ଥିବା ବେଳେ ୨୭ ତାରିଖଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ବିମାନ କୋଲକାତାରୁ ଦିନ ୧୧.୪୫ରେ ବାହାରି ଅପରାହ୍ଣ ୧.୧୫ରେ ଝାରସୁଗୁଡ଼ାରେ ପହଞ୍ଚିଥିଲା। ପୁଣି ଝାରସୁଗୁଡ଼ରୁ ଅପରାହ୍ଣ ୧.୪୫ରେ ବାହାରି ୩.୧୫ରେ କୋଲକତାରେ ପହଞ୍ଚିଥିଲା। ତେବେ ଆଜିଠାରୁ ଏହି ସମୟରେ ପରିବର୍ତ୍ତନ ହେବ ବୋଲି ଏଲାୟନ୍ସ ଏୟାରର ଷ୍ଟେସନ୍ ମ୍ୟାନେଜର୍ ଅଭିଜିତ ଶତପଥୀ ପୂର୍ବରୁ ସୂଚନା ଦେଇସାରିଛନ୍ତି ।

ସେହିଭଳି ଆଜିଠାରୁ ଏଲାୟନ୍ସ ବିମାନ ଝାରସୁଗୁଡ଼ାରୁ ଭୁବନେଶ୍ବର ଦେଇ ବନାରସ ପର୍ଯ୍ୟନ୍ତ ସେବା ଆରମ୍ଭ ହେବ । ଜାନୁ୍ଆରି ୩୧ରୁ ଏଲାୟନ୍ସ ଏୟାର ତାର ନୂଆ ସମୟ ସାରଣୀ ଆରମ୍ଭ କରିଛି। ଏଥିରେ ୯୧-୭୪୫ ବିମାନ କୋଲକାତାରୁ ସକାଳ ୫.୫୦ରେ ବାହାରି ଝାରସୁଗୁଡ଼ାରେ ୭.୨୦ରେ ପହଞ୍ଚିବ, ଝାରସୁଗୁଡ଼ାରୁ ପୁଣି ଏହି ବିମାନ(୯୧-୭୪୯) ୭.୪୫ ରେ ବାହାରି ରାୟପୁର ଅଭିମୁଖେ ଯାଇ ସେଠାରେ ୮.୫୦ରେ ପହଞ୍ଚିବ। ରାୟପୁରରୁ ପୁଣି ଏହି ବିମାନ(୯୧-୭୫୦) ୯.୧୫ରେ ଝାରସୁଗୁଡ଼ା ଅଭିମୁଖେ ଆସି ୧୦.୨୦ରେ ପହଞ୍ଚିବ। ଝାରସୁଗୁଡ଼ାରୁ ପୁଣି ଏହି ବିମାନ(୯୧-୭୪୭) ୧୦. ୪୫ରେ ଭୁବନେଶ୍ବର ଅଭିମୁଖେ ଯାଇ ୧୧.୫୦ରେ ପହଞ୍ଚିବ। ଭୁବନେଶ୍ବରଠାରୁ ପୁଣି ଏହି ବିମାନ ୧୨.୧୫ରେ ବାରଣାସୀ ଅଭିମୁଖେ ଯାଇ ଅପରାହ୍ଣ ୨.୦୫ରେ ପହଞ୍ଚିବ। ବାରଣାସୀରୁ ଏହି ବିମାନ (୯୧-୭୪୮) ଅପରାହ୍ଣ ୨.୩୦ ରେ ଭୁବନେଶ୍ବର ଅଭିମୁଖେ ବାହାରି ଅପରାହ୍ଣ ୪.୨୦ରେ ପହଞ୍ଚିବ। ଭୁବନେଶ୍ବର ଏହି ବିମାନ(୯୧- ୭୪୮) ଅପରାହ୍ଣ ୪.୪୫ ଝାରସୁଗୁଡ଼ା ଅଭିମୁଖେ ବାହାରି ସନ୍ଧ୍ୟା ୫.୫୦ରେ ପହଞ୍ଚିବ। ଝାରସୁଗୁଡ଼ାରୁ ଏହି ବିମାନ( ୯୧- ୭୪୬) ପୁଣି ସନ୍ଧ୍ୟା ୬.୧୫ରେ କୋଲକାତା ଅଭିମୁଖେ ଯାଇ ସେଠାରେ ସନ୍ଧ୍ୟା ୭.୪୫ରେ ପହଞ୍ଚିବ।