ଆଜି ଗଡ଼ିବନି ଝାରୁସୁଗୁଡା–ସମ୍ବଲପୁର ମେମୁ ପାସେଞ୍ଜର ସ୍ପେଶାଲ ଟ୍ରେନ୍ । ଗତକାଲି ମଇଁଷି ସହ ଧକ୍କା ହେଇ ଟ୍ରେନ୍ ହେଇଥିଲା ଲାଇନଚ୍ୟୁତ ।

125

କନକ ବ୍ୟୁରୋ: ଆଜି ଗଡ଼ିବନି ଝାରୁସୁଗୁଡା–ସମ୍ବଲପୁର ମେମୁ ପାସେଞ୍ଜର ସ୍ପେଶାଲ ଟ୍ରେନ । ଗତକାଲି ହୋଇଥିବା ଦୁର୍ଘଟଣା ପାଇଁ ଝାରୁସୁଗୁଡା–ସମ୍ବଲପୁର ମେମୁ ପାସେଞ୍ଜର ସ୍ପେଶାଲ ଟ୍ରେନ ବାତିଲ ହୋଇଛି । ସରଳା-ସମ୍ବଲପୁର ସେକ୍ସନରେ ଅନ୍ୟ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି । କାଲି ସନ୍ଧ୍ୟାରେ ଝାରୁସୁଗୁଡା–ସମ୍ବଲପୁର ମେମୁ ପାସେଞ୍ଜର ସ୍ପେଶାଲ ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ସନ୍ଧ୍ୟା ପ୍ରାୟ ୬ଟା ୨୫ ମିନିଟରେ ଟ୍ରେନ ସହ ଏକ ମଇଁଷିର ଧକ୍କା ହେବା ଫଳରେ ଟ୍ରେନର ୪ ନମ୍ବର ବଗି ଟ୍ରାକରୁ ତଳକୁ ଖସିପଡିଥିଲା । ଫଳରେ ଗୋଟିଏ ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି । ସମ୍ବଲପୁର ଡିଭିଜିନାଲ ରେଳବାଇ ମ୍ୟାନେଜର ଓ ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ । ଟ୍ରେନ ଚଳାଚଳ ସ୍ୱାଭାବିକ କରିବାକୁ ପ୍ରାୟ ଦୁଇଘଣ୍ଟା ସମୟ ଲାଗିଥିଲା ।