ଝାରସୁଗୁଡା : ସିସିଟିଭିରେ କଏଦ୍ ହେଲା ଲୋମଟାଙ୍କୁରା ଦୃଶ୍ୟ । ଲୌହଦାନବ କବଳରୁ ଅଳ୍ପକେ ବର୍ତ୍ତିଲେ ଘୁଗୁନି ବ୍ୟବସାୟୀ , ଦେଖନ୍ତୁ ଭିଡିଓ

7,007

ଝାରସୁଗୁଡା ରେଳଷ୍ଟେସନରେ ଘଟିଛି ଏକ ଅଭାବନୀୟ ଘଟଣା । ଲୌହଦାନବର କବଳରୁ ବଂଚିଆସିଛନ୍ତି ଜଣେ ବ୍ୟବସାୟୀ । ଘଟଣାଟି କିଛି ଏଭଳି , ସମଲେଶ୍ୱରୀ ଏକ୍ସପ୍ରେସରେ ଚଢିବା ବେଳେ ଜଣେ ବ୍ୟବସାୟୀଙ୍କ ଗୋଡ଼ ଖସିଗଲା । ସେତେବେଳକୁ ପ୍ଲାଟଫର୍ମ ଛାଡୁଥିଲା ସମଲେଶ୍ୱରୀ ଏକ୍ସପ୍ରେସ । ଘୁଗୁନି ବ୍ୟବସାୟୀ ଜଣକ ଭାରସାମ୍ୟ ହରାଇ ଖସି ପଡିଥିଲେ ଟ୍ରେନ୍ ଓ ପ୍ଲାଟଫର୍ମ ମଧ୍ୟରେ ଥିବା ଫାଙ୍କା ଭିତରେ । ଦୌଡୁ ଥିବା ଟ୍ରେନ୍ ସହିତ ଘଷି ହୋଇ ବ୍ୟବସାୟୀ ଜଣକ ଟ୍ରାକ୍ ଭିତର ଆଡକୁ ଟାଣି ହୋଇ ଆସୁଥିଲେ ।

 

ଏତିକି ବେଳେ ଦେବଦୂତ ପରି ଆଖି ପିଛୁଳାକେ ତାଙ୍କୁ ଉଦ୍ଧାର କରିନେଇଥିଲେ ଷ୍ଟେସନରେ ଠିଆ ହୋଇଥିବା ଲୋକେ । ନୂଆ ଜୀବନ ପାଇଯାଇଥିଲେ ବ୍ୟବସାୟୀ ଜଣକ । ଏପରି ଘଟଣା ସହିତ ଘୁଗୁନି ବ୍ୟବସାୟୀ ଜଣକୁ ନୂଆ ଏକ ଜୀବନ ମିଳିଛି । ଏହି ପୁରା ଘଟଣା ଝାରସୁଗୁଡା ରେଳଷ୍ଟେସନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା ।