ସାମ୍ନାକୁ ଆସିଲା ଝାରୁସୁଗୁଡା ପୁଲିସର ଭିନ୍ନ ଚେହେରା: ଲକଡାଉନ ସମୟରେ କାମ ପାଇଁ ଆସିଥିବା ଲୋକଙ୍କୁ ଖାକିବର୍ଦ୍ଦିର ଗାଳିଗୁଳଜ ସହ ମାଡ

537

କନକ ବ୍ୟୁରୋ: ସରକାର ଡାକ୍ତର ପୁଲିସ ଆଦିକୁ କରୋନା ଯୋଦ୍ଧାର ମାନ୍ୟତା ଦେଇ ସମ୍ମାନିତ କରିଛନ୍ତି । ରାଜ୍ୟ ତଥା ଦେଶର ଏହି ସମସ୍ତ କରୋନା ଯୋଦ୍ଧା ନିଜର କର୍ତ୍ତବ୍ୟ ପାଳନ କରି ଲୋକଙ୍କୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରୁଛନ୍ତି । ହେଲେ ଝାରୁସୁଗୁଡା ପୁଲିସର ଏକ ଭିନ୍ନ ରୂପ ସାମ୍ନାକୁ ଆସିଛି । ଏଠାରେ ପୁଲିସ ସଟଡାଉନ ସମୟରେ ଦେଖାଇଛି ଦବଙ୍ଗଗିରି । ଅତ୍ୟାବଶ୍ୟକ କାମ ପାଇଁ ଘରୁ ବାହାରୁଥିବା ଲୋକଙ୍କ ଉପରେ କରୁଛି ପ୍ରହାର । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ।

କିଛି ଦିନ ତଳେ ମଧ୍ୟ ବହ୍ମପୁର ଗୋଷାଣୀ ନୂଆ ଗାଁରୁ ଆସିଥିଲା ତାଲାବନ୍ଦ ସମୟର ଏପରି ଏକ ଚିତ୍ର ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଥିଲା । କରୋନା କାଳରେ ବ୍ରହ୍ମପୁରରେ ସଟଡାଉନ୍ ଚାରିଥିବା ବେଳେ ଜଣେ ସାଇକେଲରେ ବୁଲି କଦଳୀ ବିକ୍ରି କରୁଥିବା ଜଣେ ବୃଦ୍ଧଙ୍କ ଉପରେ ପୋଲିସ ଦେଖାଇଥିଲା ଦବଙ୍ଗଗିରି । ଖାକିର ବଳ ଦେଖାଇ ବୃଦ୍ଧ ବ୍ୟବସାୟୀଙ୍କୁ ତାଗିଦ୍ କରିବା ସହ ଆଦାୟ କରିଥିଲା ଫାଇନ୍ । ଏପରିକି ସାଇକେଲରୁ ଉଠାଇ ନେଇଥିଲେ କଦଳୀ ଝୁଡି ।

ସମସ୍ତ କଦଳୀ ନେଇଯିବା ସହ ଟଙ୍କାଟିଏ ବି ଦେଇନଥିଲେ । ପୋଲିସର ଖାକି ବର୍ଦି ଦେଖି ବୃଦ୍ଧ ବେପାରୀ ଜଣକ ଭୟରେ କାନମୁଣ୍ଡ ଆଉଁଶି ଚାଲି ଯାଇଥିଲେ । ତେବେ ଘଟଣାଟି ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ଏସପିଙ୍କ ନଜରକୁ ଆସିଥିଲା ଏବଂ ବ୍ରହ୍ମପୁର ଏସପି , ସଂପୃକ୍ତ ବୃଦ୍ଧ ବ୍ୟବସାୟୀଙ୍କୁ ଡକାଇ ପୋଲିସ ନେଇ ଯାଇଥିବା କଦଳୀ ଝୁଡି , ତାଙ୍କ ଠାରୁ ଆଦାୟ ହେଉଥିବା ଫାଇନ୍ ଫେରାଇଥିଲେ ।