କନକବ୍ୟୁରୋ: ଏମସିଏଲ କୋଇଲା ଖଣି ଅଧିକାରୀଙ୍କୁ ମାଡ଼ ମାରିବା ଘଟଣା । ପୂର୍ବତନ ସରପଞ୍ଚଙ୍କ ସହ ୪ ଜଣଙ୍କୁ ଗିରଫ କଲା ପୋଲିସ । ଝାରସୁଗୁଡ଼ା ଲଖନପୁର ବ୍ଲକରେ ଏମସିଏଲ ଜିଏମ୍‌ଙ୍କୁ ଜୋତାମାଳ ପିନ୍ଧାଇ ମାଡ଼ ମାରିବା ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ନେଇ ବନହରପାଲି ଥାନାର ଦ୍ବାରସ୍ଥ ହୋଇଥିଲେ ଖଣି ଅଧିକାରୀ । ଏତଲା ଭିତ୍ତିରେ ପୋଲିସ ଘଟଣାର ତଦନ୍ତ କରିବା ସହ, ମାଡ଼ ମାରିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ।