ସଜେଇ ହେଲାଣି ଝାରସୁଗୁଡା ବିମାନବନ୍ଦର । ଝାରସୁଗୁଡା ପଶ୍ଚିମ ଓଡିଶାର ଏକ ପ୍ରମୁଖ ସହର ହୋଇଥିବା ବେଳେ ଖୁବ ଶିଘ୍ର ଏଠାରୁ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିମାନବନ୍ଦରକୁ ଉଦଘାଟନ୍ କରିବେ ।

Advertisment

publive-image

‘ଉଡାଣ’ ଯୋଜନାରେ ବିମାନ ସେବା ଆରମ୍ଭ କରିବା ପାଇଁ ଝାରସୁଗୁଡା ବିମାନବନ୍ଦର ପ୍ରସ୍ତୁତ ହେବାରେ ଲାଗିଛି । ଦେଖନ୍ତୁ କିଭଳି ରହିଛି ବିମାନବନ୍ଦରର ଦୃଶ୍ୟ ।

publive-image

ଏହା ସହ ଝାରସୁଗୁଡାରୁ ରାୟପୁର ଏବଂ ଜଗଦଲପୁରକୁ ବି ଉଡ଼ାଣ ଆରମ୍ଭ ହେବ । ଝାରସୁଗୁଡା ବିମାନବନ୍ଦରକୁ ପୂର୍ବରୁ ୨ବି ଓ ପରେ ୪ସି ଲାଇସେନ୍ସ ମିଳିସାରିଛି । ଏୟାର ବସ୍ ୩୨୦ ପାଇଁ ଭିତିଭୂମି, ସୁରକ୍ଷା, ନିରାପତା, ସେବା ସୁବିଧା ଦୃଷ୍ଟିରୁ ଝାରସୁଗୁଡା ବିମାନବନ୍ଦରର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି ବୋଲି ସୂଚନା ମିଳିଛି । ତେବେ ଦେଖନ୍ତୁ କିଭଳି ରହିଛି ବିମାନବନ୍ଦରର ଭିତର ଦୃଶ୍ୟ ।

publive-image

ସେପଟେ ଝାରସୁଗୁଡ଼ା ବିମାନ ବନ୍ଦର ନାମ ବଦଳାଇବାକୁ ସଂକଳ୍ପ ପାରିତ ହୋଇଛି। ବିମାନ ବନ୍ଦର ନାଁ ବୀର ସୁରେନ୍ଦ୍ରସାଏଙ୍କ ନାମରେ ନାମିତ ପାଇଁ ସଂକଳ୍ପ ପାରିତ ହୋଇଛି । ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡା ଆସିବାର କାର‌୍ୟ୍ୟକ୍ରମ ରହିଛି । ମୋଦି ନୂଆଦିଲ୍ଲୀରୁ ବାୟୁସେନାର ଏକ ବିମାନରେ ସକାଳ ୬ଟା ୫୦ରେ ବାହାରି ଭୁବନେଶ୍ୱରରେ ୮.୫୫ରେ ପହଞ୍ଚିବେ। ଭୁବନେଶ୍ୱରରୁ ଏକ ଏମଆଇ-୮/୧୭ ହେଲିକପଟର ଆସି ତାଳଚେର ସ୍ଥିତ ବ୍ଲାକ ଡାଇମଣ୍ଡ ଷ୍ଟାଡ଼ିୟମରେ ୯.୪୫ରେ ପହଞ୍ଚି ଏଫସିଆଇ ତାଳଚେର ୟୁନିଟର କାର‌୍ୟ୍ୟକ୍ରମ ସ୍ଥଳକୁ ଯିବେ।

publive-image

ତାଳଚେର ଫର୍ଟିଲାଇଜର ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହାପରେ ବକ୍ସି ଜଗବନ୍ଧୁ ଷ୍ଟାଡ଼ିୟମରେ ଏକ ଜନସଭାରେ ଉଦବୋଧନ ଦେବେ। ସେଠାରୁ ୧୧.୩୫ରେ ପୁଣି ହେଲିକପ୍ଟରରେ ବାହାରି ଝାରସୁଗୁଡ଼ାରେ ୧୨.୩୫ରେ ପହଞ୍ଚିବେ। ୧୨.୩୫ରୁ ୧ଟା ପର‌୍ୟ୍ୟନ୍ତ ଝାରସୁଗୁଡ଼ା ବିମାନବନ୍ଦର, ଏନଟିପିସି ଓ ଏମସିଏଲର ଦୁଇଟି ଖଣି, କୋଇଲା ପରିବହନ ପାଇଁ ଝାରସୁଗୁଡ଼ା-ସବଡ଼େଗା ରେଳ ଲାଇନ ଉଦଘାଟନ ସହିତ ବିମାନ ଉଡ଼ାଣର ଶୁଭାରମ୍ଭ କରିବେ। ଏହାପରେ ଅମଲିପାଲିଠାରେ ୧.୧୫ ରୁ ୨ଟା ପର‌୍ୟ୍ୟନ୍ତ ଏକ ସାଧାରଣ ସଭାରେ ଉଦବୋଧନ ଦେବା ପରେ ୨ ଟା ୨୦ରେ ଛତିଶଗଡ଼ ଅଭିମୁଖେ ଉଡ଼ାଣ କରିବେ।

publive-image