ସଜେଇ ହେଲାଣି ଝାରସୁଗୁଡା ବିମାନବନ୍ଦର । ଝାରସୁଗୁଡା ପଶ୍ଚିମ ଓଡିଶାର ଏକ ପ୍ରମୁଖ ସହର ହୋଇଥିବା ବେଳେ ଖୁବ ଶିଘ୍ର ଏଠାରୁ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିମାନବନ୍ଦରକୁ ଉଦଘାଟନ୍ କରିବେ ।
‘ଉଡାଣ’ ଯୋଜନାରେ ବିମାନ ସେବା ଆରମ୍ଭ କରିବା ପାଇଁ ଝାରସୁଗୁଡା ବିମାନବନ୍ଦର ପ୍ରସ୍ତୁତ ହେବାରେ ଲାଗିଛି । ଦେଖନ୍ତୁ କିଭଳି ରହିଛି ବିମାନବନ୍ଦରର ଦୃଶ୍ୟ ।
ଏହା ସହ ଝାରସୁଗୁଡାରୁ ରାୟପୁର ଏବଂ ଜଗଦଲପୁରକୁ ବି ଉଡ଼ାଣ ଆରମ୍ଭ ହେବ । ଝାରସୁଗୁଡା ବିମାନବନ୍ଦରକୁ ପୂର୍ବରୁ ୨ବି ଓ ପରେ ୪ସି ଲାଇସେନ୍ସ ମିଳିସାରିଛି । ଏୟାର ବସ୍ ୩୨୦ ପାଇଁ ଭିତିଭୂମି, ସୁରକ୍ଷା, ନିରାପତା, ସେବା ସୁବିଧା ଦୃଷ୍ଟିରୁ ଝାରସୁଗୁଡା ବିମାନବନ୍ଦରର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି ବୋଲି ସୂଚନା ମିଳିଛି । ତେବେ ଦେଖନ୍ତୁ କିଭଳି ରହିଛି ବିମାନବନ୍ଦରର ଭିତର ଦୃଶ୍ୟ ।
ସେପଟେ ଝାରସୁଗୁଡ଼ା ବିମାନ ବନ୍ଦର ନାମ ବଦଳାଇବାକୁ ସଂକଳ୍ପ ପାରିତ ହୋଇଛି। ବିମାନ ବନ୍ଦର ନାଁ ବୀର ସୁରେନ୍ଦ୍ରସାଏଙ୍କ ନାମରେ ନାମିତ ପାଇଁ ସଂକଳ୍ପ ପାରିତ ହୋଇଛି । ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡା ଆସିବାର କାର୍ୟ୍ୟକ୍ରମ ରହିଛି । ମୋଦି ନୂଆଦିଲ୍ଲୀରୁ ବାୟୁସେନାର ଏକ ବିମାନରେ ସକାଳ ୬ଟା ୫୦ରେ ବାହାରି ଭୁବନେଶ୍ୱରରେ ୮.୫୫ରେ ପହଞ୍ଚିବେ। ଭୁବନେଶ୍ୱରରୁ ଏକ ଏମଆଇ-୮/୧୭ ହେଲିକପଟର ଆସି ତାଳଚେର ସ୍ଥିତ ବ୍ଲାକ ଡାଇମଣ୍ଡ ଷ୍ଟାଡ଼ିୟମରେ ୯.୪୫ରେ ପହଞ୍ଚି ଏଫସିଆଇ ତାଳଚେର ୟୁନିଟର କାର୍ୟ୍ୟକ୍ରମ ସ୍ଥଳକୁ ଯିବେ।
ତାଳଚେର ଫର୍ଟିଲାଇଜର ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହାପରେ ବକ୍ସି ଜଗବନ୍ଧୁ ଷ୍ଟାଡ଼ିୟମରେ ଏକ ଜନସଭାରେ ଉଦବୋଧନ ଦେବେ। ସେଠାରୁ ୧୧.୩୫ରେ ପୁଣି ହେଲିକପ୍ଟରରେ ବାହାରି ଝାରସୁଗୁଡ଼ାରେ ୧୨.୩୫ରେ ପହଞ୍ଚିବେ। ୧୨.୩୫ରୁ ୧ଟା ପର୍ୟ୍ୟନ୍ତ ଝାରସୁଗୁଡ଼ା ବିମାନବନ୍ଦର, ଏନଟିପିସି ଓ ଏମସିଏଲର ଦୁଇଟି ଖଣି, କୋଇଲା ପରିବହନ ପାଇଁ ଝାରସୁଗୁଡ଼ା-ସବଡ଼େଗା ରେଳ ଲାଇନ ଉଦଘାଟନ ସହିତ ବିମାନ ଉଡ଼ାଣର ଶୁଭାରମ୍ଭ କରିବେ। ଏହାପରେ ଅମଲିପାଲିଠାରେ ୧.୧୫ ରୁ ୨ଟା ପର୍ୟ୍ୟନ୍ତ ଏକ ସାଧାରଣ ସଭାରେ ଉଦବୋଧନ ଦେବା ପରେ ୨ ଟା ୨୦ରେ ଛତିଶଗଡ଼ ଅଭିମୁଖେ ଉଡ଼ାଣ କରିବେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/3959462a-7002-4422-b2ee-40840e1a1c16.jpg)
/kanak/media/post_attachments/wp-content/uploads/2018/09/955840c8-057e-484f-b809-84456493c4db-300x225.jpg)
/kanak/media/post_attachments/wp-content/uploads/2018/09/f16d4f2b-b72e-44b8-a324-c9cffcc10e92-300x225.jpg)
/kanak/media/post_attachments/wp-content/uploads/2018/09/736a3624-b2cf-424a-825b-926d387bb931-300x225.jpg)
/kanak/media/post_attachments/wp-content/uploads/2018/09/1dce4fe6-61e8-4ea6-b2b5-f06864da7a70-300x225.jpg)
/kanak/media/post_attachments/wp-content/uploads/2018/09/2d043881-4d52-4d7f-81e8-7db1d46639b1-300x225.jpg)