ସ୍ୱାଭାବିକ ମୃତ୍ୟୁ ପରେ ବି ଶବର ପାଖ ମାଡିଲେ ନାହିଁ ସଂପର୍କୀୟ : ସ୍ୱେଚ୍ଛାସେବୀ ଓ ଯୁବ ସଂଗଠନ କଲେ ଶବ ସତ୍କାର

128

କନକ ବ୍ୟୁରୋ : ସ୍ୱାଭାବିକ ମୃତ୍ୟ ପରେ ବି ପାଖ ମାଡିଲେନି ପଡୋଶୀ କି ସଂପର୍କୀୟ । ୧୫ ଘଂଟା ଧରି ପଡିରହିଲା ବୃଦ୍ଧଙ୍କ ମୃତଦେହ । ମହାମାରୀ ଲୋକଙ୍କ ମନରେ ଏଭଳି ଆତଙ୍କ ଖେଳାଇ ଦେଇଛି ଯେ ଜଣେ ସ୍ୱାଭାବିକ ମୃତ୍ୟବରଣ କରିଥିଲେ ମଧ୍ୟ ତାଙ୍କ ମୃତଦେହ ପାଖକୁ କେହି ଯାଉନାହାନ୍ତି । ଯେଉଁଠାରେ ସଂପର୍କୀୟ ଯାଉନାହାନ୍ତି ସେଠାରେ ସାହି ପଡିଶା ଲୋକ କାହିଁକି ଯିବେ । ଏଭଳି ସ୍ଥତିରେ ସ୍ୱେଚ୍ଛାସେବୀ ଓ ଯୁବ ସଂଗଠନ ମାନବିକତା ଦେଖାଇ ମୃତକଙ୍କ ଦାହ ସଂସ୍କାର କରିଛନ୍ତି ।

ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ରଘୁନାଥପାଲି ଗାଁରେ ଜଣେ ବୃଦ୍ଧାଙ୍କ ୮୨ ବର୍ଷରେ ବାର୍ଦ୍ଧକ୍ୟ ଜନିତ ମୃତ୍ୟ ହୋଇଥିଲା । ତାଙ୍କ ମୃତ୍ୟ ପରେ ପରିବାର ଲୋକ, ସଂପର୍କୀୟ ଓ ଜ୍ଞାତି କୁଟୁମ୍ବଙ୍କୁ ଫୋନ କରି ଜଣାଇଥିଲେ । ମୃତକଙ୍କ ଦାହସଂସ୍କାର ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ମାତ୍ର କୋରନା ଭୟରେ ମୃତ ଦେହକୁ ଛୁଇଁବା ତ ଦୁରର କଥା କେହି ପାଖକୁ ବି ଆସିନଥିଲେ । ଫଳରେ ମୃତଦେହ ୧୫ ଘଂଟା ଧରି ପଡିରହିଥିଲା । ବୃଦ୍ଧଙ୍କ ଏକ ମାତ୍ର ପୁଅ ଅସହାୟ ହୋଇ ପଶ୍ଚିମ ଓଡିଶା ଯୁବାମଂଚକୁ ଜଣାଇଥିଲେ । ପରେ ପଶ୍ଚିମ ଓଡିଶା ଯୁବାମଂଚର ସଦସ୍ୟମାନେ ପିପିଇ କିଟ ପିନ୍ଧି ଗାଁ ମଶାଣିରେ ମୃତଦେହ ସକ୍ରାର କରିଛନ୍ତି ।