କନକ ବ୍ୟୁରୋ : ଝାରସୁଗୁଡା ଉପ-ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଧରଣର ଝଟକା । ଝାରସୁଗୁଡା ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ଅଶୋକ କୁମାର ମିଶ୍ର । ନିଜ ଇସ୍ତଫାପତ୍ର ପିସିସି ସଭାପତିଙ୍କ ସମେତ ଏଆଇସିସି ସଭାପତିଙ୍କ ନିକଟକୁ ପଠାଇଛନ୍ତି ଅଶୋକ । ଉପ-ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ଅଶୋକଙ୍କ ଇସ୍ତଫା କଂଗ୍ରେସକୁ ବ୍ୟାକଫୁଟକୁ ଠେଲି ଦେଇଛି । ତେବେ ଅଶୋକ କାହିଁକି ଦଳରୁ ଇସ୍ତଫା ଦେଲେ ତାହା ନିଜ ଇସ୍ତଫାପତ୍ରରେ ଉଲ୍ଲେଖ କରିନାହାନ୍ତି ।
ଝାରସୁଗୁଡାରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଉପ-ନିର୍ବାଚନରେ ଟିକେଟ ଆଶାୟୀ ଥିଲେ ଅଶୋକ । କିନ୍ତୁ ଟିକେଟ ନ ମିଳିବାରୁ ଦଳ ଉପରେ ଅସନ୍ତୁଷ୍ଟ ଥିଲେ । ଉପ-ନିର୍ବାଚନ ପାଇଁ କଂଗ୍ରେସ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଥିଲା । ତେବେ ଅଶୋକଙ୍କ ସମର୍ଥକଙ୍କ କହିବା ଅନୁଯାୟୀ, ଜିଲ୍ଲା ସଭାପତି ଦାୟିତ୍ୱରେ ଥିଲେ ମଧ୍ୟ ଦଳରେ ତାଙ୍କୁ ଗୁରୁତ୍ୱ ଦିଆଯାଉନଥିଲା । ଯେଉଁଥିପାଇଁ କଂଗ୍ରେସ ସହ ସମ୍ପର୍କ ଛିନ୍ନ କରିଛନ୍ତି ଅଶୋକ । ତେବେ ଅଶୋକ ଅନ୍ୟ କେଉଁ ଦଳରେ ସାମିଲ ହେବେ କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/22.jpg)