କନକ ବ୍ୟୁରୋ : ଝାରସୁଗୁଡା ଉପ-ନିର୍ବାଚନ ପୂର୍ବରୁ ବିଜେପିକୁ ବଡ ଝଟକା । ବିଜେପି ଛାଡି ବିଜେଡିରେ ଯୋଗ ଦେଲେ ଦଳର ଜିଲ୍ଲା ସଭାପତି ମଙ୍ଗଳ ସାହୁ । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡିରେ ଯୋଗ ଦେଇଛନ୍ତି ମଙ୍ଗଳ ସାହୁ । ନିଜ ସମର୍ଥକଙ୍କ ସହ ବିଜେଡିରେ ମଙ୍ଗଳ ସାମିଲ ହୋଇଛନ୍ତି । ଦଳରେ ସାମିଲ ହେବା ସହ ମଙ୍ଗଳ କହିଛନ୍ତି, ନବୀନଙ୍କ ଆଦର୍ଶ ଓ ବିକାଶ ମୂଳକ କାମରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛି । ମଙ୍ଗଳ ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ରହିଥିଲେ । ନିର୍ବାଚନକୁ ଆଉ ମାତ୍ର ସପ୍ତାହେ ସମୟ ବାକି ଥିବା ବେଳେ ମଙ୍ଗଳଙ୍କ ଯୋଗଦାନ ବିଜେଡିକୁ ଆହୁରି ମଜବୁତ କରିବ ବୋଲି ବିଜେଡି ନେତୃବୃନ୍ଦ କହିଛନ୍ତି ।
ଏହାପୂର୍ବରୁ କଂଗ୍ରେସ ଜିଲ୍ଲା ସଭାପତି ଅଶୋକ କୁମାର ମିଶ୍ର ମଧ୍ୟ ବିଜେଡିରେ ସାମିଲ ହୋଇଥିଲେ । ନିର୍ବାଚନ ପୂର୍ବରୁ ବିଜେଡି ନିଜର ସଙ୍ଗଠନକୁ ମଜବୁତ କରୁଥିବା ବେଳେ ବିରୋଧୀଙ୍କୁ ଝଟକା ପରେ ଝଟକା ଲାଗୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/16-1.jpg)