କନକ ବ୍ୟୁରୋ: ଖରାରେ ସିଜୁଛି ସାରା ଓଡିଶା । ସକାଳୁ ଅସହ୍ୟ ଗରମ ଓ ଗୁଳୁଗୁଳି । ୪୧ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡା ଓ କେନ୍ଦୁଝର ସବୁଠାରୁ ଉତପ୍ତ ସହର । ଭୁବନେଶ୍ୱରରେ ୪୦ ଦଶମିକ ୭, ବାଲେଶ୍ୱରରେ ୪୦ ଦଶମିକ ୧ ତାପମାତ୍ରା ରେକର୍ଡ । ସେହିପରି ରାଉରକେଲାରେ ୩୯ ଦଶମିକ ୬, ଚାନ୍ଦବାଲିରେ ୩୯ ଦଶମିକ ୨, ସମ୍ବଲପୁରରେ ୩୮ ଦଶମିକ ୨, ହୀରାକୁଦରେ ୩୭ ଦଶମିକ ୮, ପୁରୀରେ ୩୪ ଦଶମିକ ୪, ପାରାଦୀପରେ ୩୩ ଦଶମିକ ୫ ଓ ଗୋପାଳପୁରରେ ୩୨ ଦଶମିକ ୮ ଡିଗ୍ରୀ ତାପମାତ୍ରା ରେକର୍ଡ ।

Advertisment

ଆଜି ଗ୍ରୀଷ୍ମ ପ୍ରବାହ ପାଇଁ ୩ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରିଛି । ସେହିପରି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଆଜି କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶଶଖୀ ବର୍ଷା ହେବାର ସମ୍ଭାବନା ରହିଛି ।