କାଶୀପୁର ପରେ ଝାରସୁଗୁଡାରେ ଝାଡାବାନ୍ତି । ୩ ପଡାରେ ବ୍ୟାପିଛି ଝାଡାବାନ୍ତି ।

109

କନକ ବ୍ୟୁରୋ: କାଶୀପୁର ପରେ ଏବେ ଝାରସୁଗୁଡାରେ ମାତିଛି ଝାଡାବାନ୍ତି ଆତଙ୍କ । ଝାରସଗୁଡା ୧୩ ନମ୍ବର ୱାର୍ଡରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ବାପା, ପୁଅଙ୍କ ମୃତ୍ୟୁ ହୋଇଛି । ଝାରୁସୁଗୁଡାର ଦେବାଡିିହିର ୩ଟି ପଡାରେ ଝାଡାବାନ୍ତି ବ୍ୟାପୁଥିବା ଦେଖିବାକୁ ମିଳିଛି । ସେପଟେ କାଶୀପୁରରେ ବି ହଇଜା ଆତଙ୍କ ଥମିବାର ନାଁ ନେଉନାହିଁ । ଟିକିରାପଡା ଗାଁର ୫୫ ବର୍ଷୀୟ ଗୁରୁବାରୀ ଦୋରାଙ୍କ ଝାଡାବାନ୍ତିରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ କାଶୀପୁର ହଇଜାରେ ୧୦ଜଣଙ୍କ ଜୀବନ ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସ୍ପଷ୍ଟ କରାଯାଇଛି । ସେପଟେ ବେସରକାରୀ ଭାବେ କାଶୀପୁର ଟିକିରି ଅଞ୍ଚଳରେ ହଇଜାରେ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି ।