କନକ ବ୍ୟୁରୋ: ଫଳ ବ୍ୟବସାୟୀଙ୍କୁ ମାଡ ମାରିଲେ ତହସିଲଦାର । ଝାରସୁଗୁଡା ବମ୍ବେ ଛକରେ ଜଣେ ତରଭୁଜ ବିକାଳିଙ୍କୁ ଅତିରିକ୍ତ ତହସିଲଦାର ଯୋବିତା ତିର୍କୀ ବାଡିରେ ପିଟୁଥିବାର ଭିଡିଓ ଭାଇରାଲ ହେଉଛି । ଲକଡାଉନ ସମୟରେ ବୃଦ୍ଧ ତରଭୁଜ ବିକାଳି ଜଣକ ରାସ୍ତା କଡରେ ବସି ବିକ୍ରି କରୁଥିବାରୁ ଉତକ୍ଷିପ୍ତ ହୋଇପଡିଥିଲେ ଅତିରିକ୍ତ ତହସିଲଦାର । ଦୋକାନିଙ୍କ ଅଭିଯୋଗ ଅନୁସାରେ ସେ ଦୋକାନ ବନ୍ଦ କରୁବାକୁ ଯାଉଥିବାବେଳେ ସେଠାରେ ପହଞ୍ଚି ଗାଳିଗୁଲଜ କରିଥିଲେ ଅତିରିକ୍ତ ତହସିଲଦାର । ଦଣ୍ଡି, ବଟକରା ଓ ମାପଯନ୍ତ୍ର ସବୁ ଜବତ କରିଥିଲେ । ତେବେ ବୃଦ୍ଧ ଦୋକାନି ଜଣକ ଏହାକୁ ବିରୋଧ କରିବାରୁ ତାଙ୍କୁ ବାଡିରେ ମାଡ ମାରିଥିଲେ ଅତିରିକ୍ତ ତହସିଲଦାର । ଏପରିକି ପାଖରେ ଥିବା ନାବାଳକ ପୁଅକୁ ମଧ୍ୟ ମାଡ ମାରିଥିବା ସେ ଅଭିଯୋଗ କରିଛନ୍ତି । ଏହି ଭିଡିଓ ଭାଇରାଲ ହେବାପରେ ସଂପୃକ୍ତ ତହସିଲଦାର ଓ ଦୋକାନିଙ୍କୁ ଅତିରିକ୍ତ ଜିଲ୍ଲାପାଳ ତାଙ୍କ କାର୍ଯ୍ୟାଳୟକୁ ଡକାଇଥିଲେ ଓ ମାଡ ମାରିଥିବାରୁ ଭୁଲ୍ ମାଗିଥିଲେ ଅତିରିକ୍ତ ତହସିଲଦାର । ହେଲେ ମାମଲାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।
ଲକଡାଉନରେ ତରଭୁଜ ବିକୁଥିବାରୁ ବୃଦ୍ଧଙ୍କୁ ପିଟିଲେ ଝାରସୁଗୁଡା ଅତିରିକ୍ତ ତହସିଲଦାର । ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ
/kanak/media/post_attachments/wp-content/uploads/2021/06/31.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)