ଭୁବନେଶ୍ୱର : ଝାରପଡା କୁନା ମଙ୍ଗରାଜଙ୍କୁ ଗୁଳିମାଡ ଘଟଣାରେ ଫେରାର ଥିବା ଅଭିଯୁକ୍ତ ଅମିତ ପ୍ରଧାନକୁ ଲକ୍ଷ୍ମୀସାଗର ଥାନା ପୁଲିସ ରିମାଣ୍ଡରେ ଆଣି ପଚରା ଉଚରା କରୁଛି । ଅମିତକୁ ୩ ଦିନିଆ ରିମାଣ୍ଡରେ ନେଇଛି ଲକ୍ଷ୍ମୀସାଗର ଥାନା ପୁଲିସ । କୁନା ମଙ୍ଗରାଜଙ୍କୁ ଅମିତ ହିଁ ଗୁଳିମାଡ କରି ଫେରାର ହୋଇଯାଇଥିବା କୁନା ଥାନାରେ ଅଭିଯୋଗ କରିଥଲେ । ତେବେ ଘଟଣା ପରଠାରୁ ଅମିତ ଫେରାର ହୋଇଯାଇଥିଲା । ଅମିତକୁ କେନ୍ଦ୍ରାପଡା ପୁଲିସ ଏକ ମର୍ଡର କେସରେ ଗିରଫ କରିଥିଲା ।