କନକ ବ୍ୟୁରୋ : ଝାଡ଼ଖଣ୍ଡ ରାଜନୈତିକ ହଟଚମଟ ଭିତରେ ନୂଆ ସରକାର ଗଠନ ହୋଇଛି । ତଥାପି ଟଳିନି ସଙ୍କଟ । ଇଡି ରିମାଣ୍ଡରେ ହେମନ୍ତ ସୋରେନ, ସେପଟେ ଚମ୍ପାଇ ସୋରେନଙ୍କ ହାତରେ ଝାଡ଼ଖଣ୍ଡ ଦାୟିତ୍ୱ । ଏହା ଭିତରେ ମହାମେଂଟ ସରକାରକୁ ଘାରିଛି ଘୋଡ଼ା ବେପାର । ସ୍ଥିତିକୁ ଦେଖି ହାଇଦ୍ରାବାଦକୁ ଯାଉଛନ୍ତି ଜେଏମଏମ ବିଧାୟକ । ସୂଚନା ଅନୁସାରେ ହାଇଦ୍ରାବାଦରେ ମହାମେଂଟ ୪୩ବିଧାୟକ ପହଁଚିସାରିଲେଣି । କୁହାଯାଉଛି ତେଲେଙ୍ଗାନାରେ କଂଗ୍ରେସ ସରକାର । ତେଣୁ ଘୋଡ଼ାବେପାର ସମସ୍ୟାକୁ ଦୂରେଇବା ପାଇଁ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ଦାୟିତ୍ୱ ଦିଆଯାଇଛି । ଦିନକୁ ଦିନ ରୋଚକ ହେଉଛି ଝାଡ଼ଖଣ୍ଡ ରାଜନୀତି ।
ସେପଟେ ଇଡିର ଗିରଫଦାରୀ ବିରୋଧରେ ହେମନ୍ତ ସୋରେନ ସୁପ୍ରିମକୋର୍ଟରେ ଆବେଦନ କରିଥିବା ବେଳେ ଏହି ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହି ମାମଲାକୁ ନେଇ ହାଇକୋର୍ଟ ଯିବାକୁ ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/2-1.jpg)