କନକ ବ୍ୟୁରୋ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଆଜି ଏକ ବଡ଼ ଘୋଷଣା କରିଛନ୍ତି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ଅଲଗା ହୋଇ ନିଜର ଏକ ନୂଆ ରାଜନୈତିକ ଦଳ ଗଢ଼ିବାକୁ ଘୋଷଣା କରିଛନ୍ତି ଚମ୍ପାଇ ସୋରେନ । ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବା ବେଳେ ଏହା ହେମନ୍ତ ସୋରେନଙ୍କ ଦଳ ପାଇଁ ଏକ ଚିନ୍ତାର କାରଣ ପାଲଟିଛି ।

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳରେ କଣଠେସା ହୋଇଥିଲେ ଚମ୍ପାଇ ସୋରେନ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ ରାଜନୀତିରୁ ସନ୍ନ୍ୟାସ, ଦଳୀୟ ଦାୟିତ୍ୱ କିମ୍ବା ବରିଷ୍ଠ ନେତାକ ହୋଇ ରହିବାକୁ ବିକଳ୍ପ ଦେଇଥିଲା ଦଳ । ତେବେ ଏହି ସମସ୍ତ ବିକଳ୍ପକୁ ଏଡ଼ାଇ ଦେଇ ଆଜି ହେମନ୍ତ ସୋରେନଙ୍କୁ ଚମକାଇ ଦେଇଛନ୍ତି ଚମ୍ପାଇ ସୋରେନ ।

ଏହାକୁ ନେଇ ଚମ୍ପାଇ ସୋରେନ କହିଛନ୍ତି, “ଏହା ମୋ ଜୀବନର ଏକ ନୂଆ ଅୟମାରମ୍ଭ । ମୁଁ ରାଜନୀତି ଛାଡ଼ିବି ନାହିଁ । ମୁଁ ମୋର ଅନୁଗତଙ୍କଠାରୁ ଅନେକ ସହଯୋଗ ଓ ସମର୍ଥନ ପାଇଛି । କିନ୍ତୁ ସେହି ଚାପ୍ଟର ଏବେ ବନ୍ଦ ହୋଇଛି । ଏବେ ମୁଁ ଏକ ନୂଆ ରୂପରେ ନଜର ଆସିବି ।”