କନକ ବ୍ୟୁରୋ: ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ । ଏଠାରେ ୮୧ଟି ବିଧାନସଭା ଆସନ ପାଇଁ ୫ଟି ପ ର୍ଯ୍ୟାୟରେ ହୋଇଥିଲା ନିର୍ବାଚନ । ଆଜି ସକାଳ ୮ଟାରୁ କଡା ସୁରକ୍ଷା ବଳôୟରେ ଗଣତି ଆରମ୍ଭ ହେବ । ୨୪ଟି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ୮୧ ବିଧାନସଭା ଆସନ ପାଇଁ ଗଣତି ହେବ । ଛତରା ବିଧାନସଭା ଆସନ ପାଇଁ ସର୍ବାଧିକ ୨୮ଥର ଗଣତି ହେବ ବୋଲି ଜଣାପଡିଛି ।
ତେବେ ଏକଜିଟ ପୋଲର ରିପୋର୍ଟ ଅନୁସାରେ ବିଜେପି ଗାଦିଚ୍ୟୁତ ହେବ ବୋଲି ଆକଳନ କରାଯାଇଛି । ତେବେ ବିଜେପି ଆଶା ରଖିଛି ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିବ । ଭୋଟ ଗଣତି ବେଳେ ପୂର୍ବ ଜାମସେଦପୁର ବିଧାନସଭା ଆସନ ଉପରେ ରହିଛି ସମସ୍ତଙ୍କ ନଜର । କାରଣ ୧୯୯୫ ମସିହାରୁ ଏହି ଆସନରେ ମୁଖ୍ୟମନ୍ତ୍ରୀ ରଘୁବର ଦାସ ବିଜୟୀ ହୋଇ ଆସୁଛନ୍ତି ।