ଦେଶରେ ନଷ୍ଟ ହୋଇଛି କେତେ ଟିକା? ତାଲିକାରେ ଅଛି ଓଡିଶା: ଝାଡଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୟାନ

191

କନକ ବ୍ୟୁରୋ: କେଉଁ ରାଜ୍ୟରେ ନଷ୍ଟ ହୋଇଛି କେତେ ଟିକା? ସତ ଉଗାଳିଲେ ଝାଡଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ । ଏବେ କରୋନା ଟିକାର ନଷ୍ଟ ହେବାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ନିକଟରେ ରାଜ୍ୟ ବିଜେପିର ପ୍ରଦେଶ ଅଧ୍ୟକ୍ଷ ସତୀଶ ପୁନିୟା କଂଗ୍ରେସ ଶାସିତ ରାଜ୍ୟ ଗୁଡିକ ଉପରେ ଟିକା ନଷ୍ଟ ପ୍ରସଙ୍ଗକୁ ନେଇ ଟାର୍ଗେଟ କରିଥିବାବେଳେ ଏହାର ପାଲଟା ଯବାବ ଦେଇଛନ୍ତି ଝାଡଖଣ୍ଡ ସ୍ୱାସ୍ଥ୍ୟ ମନ୍ତ୍ରୀ । ତେବେ କ’ଣ କହିଛନ୍ତି ମନ୍ତ୍ରୀ ଓ କେଉଁ କେଉଁ ରାଜ୍ୟମାନଙ୍କରେ ହୋଇଛି ଟିକା ନଷ୍ଟ?

ନିକଟରେ କଂଗ୍ରେସ ଶାସିତ ରାଜ୍ୟ ମାନଙ୍କୁ ଟିକା ନଷ୍ଟ ନେଇ ଟାର୍ଗେଟ କରିଥିଲା ବିଜେପି । ଏବେ ଏହାର କଡା ଜବାବ ଦେଇଛନ୍ତି ଝାଡଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ବନ ଗୁପ୍ତା । ମନ୍ତ୍ରୀ କହିଛନ୍ତି ଯେ, ସାରା ଦେଶରେ ପାଖାପାଖି ୬୨ ଲକ୍ଷ ଟିକା ବର୍ବାଦ ହୋଇଛି ।

ଯେଉଁ ଯେଉଁ ରାଜ୍ୟ ମାନଙ୍କରେ ଟିକା ବର୍ବାଦ ହୋଇଛି ସେହି ତାଲିକାରେ ଅଛନ୍ତି ଓଡିଶା, ଗୁଜୁରାଟ, ଆସାମ, ତ୍ରିପୁରା ଏବଂ ଅନ୍ୟ କିଛି ରାଜ୍ୟ । ହେଲେ ଝାଡଖଣ୍ଡକୁ ହିଁ କାହିଁକି ଟାର୍ଗେଟ କରାଯାଉଛି ବୋଲି ସେ ପ୍ରଶ୍ନ ମଧ୍ୟ କରିଛନ୍ତି ।