୪ବର୍ଷ ହେବ ବିଛଣାରେ ପଡି ରହିଥିଲେ... କୋଭିଡ୍ ଟିକା ନେବା ପରେ ସୁସ୍ଥ ହୋଇଗଲେ !

Advertisment
୪ବର୍ଷ ହେବ ବିଛଣାରେ ପଡି ରହିଥିଲେ... କୋଭିଡ୍ ଟିକା ନେବା ପରେ ସୁସ୍ଥ ହୋଇଗଲେ !

କନକ ବ୍ୟୁରୋ : ଭ୍ୟାକ୍ସିନକୁ ନେଇ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଗୁଜବ ବା ବିଭ୍ରାନ୍ତିକର ଖବର ଦେଖିବାକୁ ମିଳେ । କିନ୍ତୁ ଭ୍ୟାକ୍ସିନକୁ ନେଇ ଏକ ଭଲ ଖବର ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କୋଭିଡ୍ ଟିକା ନେବା ପରେ ଦୀର୍ଘ ବର୍ଷ ଧରି ବିଛଣାରୁ ଉଠି ପାରୁନଥିବା ଜଣେ ବ୍ୟକ୍ତି ସୁସ୍ଥ ହୋଇଥିବା ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଖବର ଯେତିକି ଆଶ୍ଚର୍ଯ୍ୟ କରୁଛି, ସେତିକି ରୋଚକ ମଧ୍ୟ

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁସାରେ, ଝାଡଖଣ୍ଡର ୫୫ବର୍ଷିୟ ଦୁଲାରଚନ୍ଦ ମୁଣ୍ଡା ଦୀର୍ଘ ଚାରିବର୍ଷ ହେବ ଶଯ୍ୟାଶାୟୀ ଥିଲେ । ଦୀର୍ଘ ୪ବର୍ଷ ହେବ ବିଛଣାରେ ପଡି ଜୀବନ-ମୃତ୍ୟୁ ସହ ଲଢେଇ କରୁଥିଲେ । କିନ୍ତୁ କୋଭିଡ୍ ଟିକାର ପ୍ରଥମ ଡୋଜ୍ ନେବା ପରେ ସେ ସୁସ୍ଥ ହୋଇ ଚଲାବୁଲା କରୁଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ଏନେଇ ଦୁଲାରଚନ୍ଦ କହିଛନ୍ତି, ଭ୍ୟାକ୍ସିନ ନେବା ପରେ ମୁଁ ସୁସ୍ଥ ଅନୁଭବ କରୁଛି । ଗତ ୪ତାରିଖରେ ଟିକା ନେବା ପରେ ମୋ ଗୋଡରେ ଶକ୍ତି ଆସିଯାଇଛି । ଦୁଲାରଚନ୍ଦ ସୁସ୍ଥ ହେବା ଦେଖି ପରିବାର ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କାରଣ ଯେଉଁ ଲୋକ ଦୀର୍ଘ ଚାରିବର୍ଷ ହେବ ବିଛଣାରେ ପଡି ପଡି ଦିନ କାଟୁଥିଲେ, ଯିଏ କେବେ ସୁସ୍ଥ ହେବେ ବୋଲି ଆଶା ନଥିଲା, ସେ ହଠାତ୍ ସୁସ୍ଥ ହୋଇଯିବା ଘଟଣା ପରିବାରରେ ଖୁସିର ଲହରୀ ଖେଳାଇଦେଇଛି ।

ତେବେ ଟିକା ପ୍ରଭାବରେ ସେ ସୁସ୍ଥ ହେଲେ ନା ଏହା ପଛରେ ଆଉ କିଛି କାରଣ ରହିଛି, ସେନେଇ କିଛି ସ୍ପଷ୍ଟ ଦିଗ ସାମ୍ନାକୁ ଆସିନାହିଁ। ଏନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଡାକ୍ତର କହିଛନ୍ତି, ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା, ଏହା ଉପରେ ଅଧିକ ଅନୁଧ୍ୟାନ ହେବାର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe