ଆଇଫୋନ ଚୋରି ପଡ଼ିଲା ମହଙ୍ଗା । ଭୁବନେଶ୍ୱରରୁ ଧରାପଡିଲା ଝାଡଖଣ୍ଡ ମୋବାଇଲ ଲୁଟେରା ଗ୍ୟାଙ୍ଗ । ଶହେରୁ ଅଧିକା ମୋବାଇଲ ଫୋନ ଜବତ, ୩ ଗିରଫ ।

583

କନକ ବ୍ୟୁରୋ : ଭୁବନେଶ୍ୱରରୁ ଆପଣଙ୍କ ଫୋନ ଚୋରି ହୋଇଛି କି? ଯଦି ହଁ, ତାହେଲେ ଆବଶ୍ୟକୀୟ ପ୍ରମାଣପତ୍ର ଦେଖାଇ ଫେରି ପାଇପାରିବେ ଆପଣଙ୍କ ଫୋନ୍ । ଆପଣଙ୍କ ଫୋନର ଆଇଏମଇଆଇ ମ୍ୟାଚ କରିଗଲେ ଫେରି ପାଇବେ ଆପଣଙ୍କ ଫୋନ୍ ।

ଚୋରି ଯାଇଥିବା ଆଇଫୋନ, ସାମସଙ୍ଗ, ୱାନପ୍ଲସ, ଓପ୍ପୋ, ଭିଭୋ ଭଳି ଦାମି ବ୍ରାଣ୍ଡର ଶତାଧିକ ଫୋନ ଜବତ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ୍ । ଆଉ ଏହା ସେତିକି ବେଳେ ସମ୍ଭବ ହୋଇଛି ଯେତେବେଳେ ଏହି ଝାଡଖଣ୍ଡି ଗ୍ୟାଙ୍ଗ ପୋଲିସ ହାତରେ ଧରାପଡିଛି ।

ଏହି ଗ୍ୟାଙ୍ଗର ଟାର୍ଗେଟରେ ଥିଲେ ମହିଳା, ବୟସ୍କ ଏବଂ ସପିଂ କରୁଥିବା ଲୋକ । ଟିକିଏ ସୁଯୋଗ ମିଳିଲେ ଏମାନେ ମୋବାଇଲ୍ ଧରି ଚମ୍ପଟ ମାରୁଥିଲେ । ଫୋନଟି ଏମାନଙ୍କ ହାତରେ ପଡିବା ପରେ ସାଙ୍ଗେସାଙ୍ଗେ ଫୋନଟିକୁ ଅଚଳ କରି ଦେଉଥିଲେ । ତାପରେ ନିଜ ଗ୍ୟାଙ୍ଗ ସହାୟତାରେ ମୋବାଇଲ ଗୁଡିକୁ ମାଲଦା ଚାଲାଣ କରି ଦେଉଥିଲେ ।