ଭୁବନେଶ୍ୱରରୁ ଧରାପଡିଲା ଝାଡଖଣ୍ଡ ମୋବାଇଲ ଲୁଟେରା ଗ୍ୟାଙ୍ଗ । ଶହେରୁ ଅଧିକା ମୋବାଇଲ ଫୋନ ଜବତ, ୩ ଗିରଫ

190

କନକ ବ୍ୟୁରୋ : ଭୁବନେଶ୍ୱରରୁ ଧରାପଡିଲା ଝାଡଖଣ୍ଡ ମୋବାଇଲ ଲୁଟେରା ଗ୍ୟାଙ୍ଗ । ୧୦୩ଟି ମୋବାଇଲ ଫୋନକୁ ଜବତ କରାଯାଇଛି । ଏହାସହ ୩ ଜଣଙ୍କୁ ପୁଲିସ ଗିରଫ କରିଛି । ଆଇଫୋନ ଭଳି ନାମୀଦାମୀ ଫୋନକୁ ଟାର୍ଗେଟ କରିଥିଲେ ଲୁଟେରା । ମୋବାଇଲ ଚୋରି ନେଇ ବହୁ ଅଭିଯୋଗ ହେବା ପରେ ପୁଲିସ ଛାନଭିନ ଚଳାଇଥିଲା । ଆଜି ଏହି ଗ୍ୟାଙ୍ଗକୁ ଧରିବାରେ ପୁଲିସ ସକ୍ଷମ ହୋଇଛି ।

ଏହାପୂର୍ବରୁ ମଧ୍ୟ ଝାଡଖଣ୍ଡ ଜମତରାର ଅନଲାଇନ ଠକେଇ ଗ୍ୟାଙ୍ଗ କଥା ସାମ୍ନାକୁ ଆସିଥିଲା । ଫୋନରେ ବିଭିନ୍ନ ପ୍ରଲୋଭନ ଦେଖାଇ ଲୋକମାନଙ୍କୁ ଠକୁଥିଲା ଏହି ଗ୍ୟାଙ୍ଗ । ଏହି ଗ୍ୟାଙ୍କଠାରୁ ସାବଧାନ ରହିବାକୁ ପରାମର୍ଶ ଦେଇଥିଲା କମିଶନରେଟ ପୋଲିସ । ଏବେ ସେହି ଝାଡଖଣ୍ଡର ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ ।