ହାତୀ ପଲଙ୍କ ଉପଦ୍ରବ : ଖାଦ୍ୟ ଅନ୍ୱେଷଣରେ ଆସି ସୁରେନ୍ଦ୍ର ମୁର୍ମୁଙ୍କ ଘରେ କଲେ ଉତ୍ପାତ; ଚୁଲିରେ ଅଙ୍ଗାର ଥିବା ବେଳେ ଘର ଭାଙ୍ଗିଦେବାରୁ ଚାଳ ଛଣରୁ ଲାଗିଗଲା ନିଆଁ

388

କନକ ବ୍ୟୁରୋ : ଘର ଜାଳିଦେଳା ହାତୀ । ବନ ବିଭାଗର ଅପାରଗତା ପାଇଁ ନିଃଶହାୟ ହେଲା ଆଦିବାସୀ ପରିବାର । ମୟୁରଭଂଜ ବେତନଟି ବନ ବିଭାଗ ଅଧିନରେ ଥିବା ବହୁ ପଂଚାୟତରେ ଦୀର୍ଘ ଦିନ ହେଲା ଝାରଖଣ୍ଡି ହାତୀ ଉତ୍ପାତ ମଚାଉଛନ୍ତି । ପ୍ରତେକ ଦିନ ସଂଧ୍ୟା ହେଲେ ଆଖପାଖ ଗାଁରେ ହାତୀପଲ ପଶି ଲୋକଙ୍କ ଘର ଦ୍ୱାର ଭାଙ୍ଗୁଛନ୍ତି ।

ସେହିପରି ଫାଲଝରି ଗାଁରେ ହାତୀ ପଲ ପଶି ସୁରେଇ ମୁର୍ମୁ ନାମକ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିବା ସହ ଘରଟି ଜଳି ଯାଇଥିବା ଦେଖିବାକୁ ମିଳିଛି । ଘର ଭାଙ୍ଗିବା ପରେ ଚୁଲି ନିଆଁରୁ ଘରଟି ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଛି । ଖବର ପାଇ ବେତନଟି ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ସ୍ଥାନୀୟ ସରପଂଚ ପହଂଚି ଘଟଣାର ଅନୁଧ୍ୟାନ କରିଛନ୍ତି ।