ରାଜ୍ୟରେ ସକ୍ରିୟ ଝାଡଖଣ୍ଡର ଜମତାରା ଗ୍ୟାଙ୍ଗ । ଫୋନ ପେ’, ଗୁଗୁଲ ପେ’ ସଂସ୍ଥାର ଅଧିକାରୀ କହି କରୁଛନ୍ତି ଫୋନ୍ । ଆବଶ୍ୟକ ତଥ୍ୟ ନେବାପରେ ମୁହୂର୍ତକରେ ଲୁଟି ନେଉଛନ୍ତି ବ୍ୟାଙ୍କ ଆକାଉଣ୍ଟ

123

କନକ ବ୍ୟୁରୋ : ଗଞ୍ଜାମର ଜଣେ ଯୁବକଙ୍କ ପାଖକୁ ଆସୁଛି ଏକ ଫୋନକଲ । ଯେଉଁ ଫୋନକଲରେ ୪ହଜାର ୯୯୯ଟଙ୍କା ଦେବା ପାଇଁ କୁହାଯାଉଛି । ଏବଂ ଫୋନପେର ଏକ ଲିଙ୍କ ଉପରେ କ୍ଲିକ କରିବା ପାଇଁ କୁହାଯାଉଛି । କିନ୍ତୁ ଫୋନ ଗଞ୍ଜାମ ଯୁବକ ଜଣଙ୍କ ଲିଙ୍କ ଉପରେ କ୍ଲିକ କରୁନାହାନ୍ତି । ଆଉ ଅଳ୍ପକେ ବର୍ତି ଯାଉଛନ୍ତି ଠକେଇରୁ । ସନ୍ଦେହ କରାଯାଉଛି ଏହି ଫୋନକଲ ପଛରେ ଜମତରା ଗ୍ୟାଙ୍ଗର ହାତ ରହିଛି । ଜମତରା ଗ୍ୟାଙ୍ଗର ସଦସ୍ୟ ଏଫରି ଫୋନ କରି ଟଙ୍କା ଲୁଟ କରିବାକୁ ପ୍ରୟାସ କରିଛନ୍ତି ।

ଗଞ୍ଜାମର ଜଣେ ଯୁବକ ମିଥୁନଙ୍କ ପାଖକୁ ଆସିଥିଲା ଏହି ଫୋନ କଲ । ଯେଉଁଥିରେ ବ୍ୟକ୍ତିଜଣଙ୍କ ହିନ୍ଦିରେ କଥା ହେଉଛନ୍ତି ଏବଂ କହୁଛନ୍ତି ଭୁବନେଶ୍ୱର ଅଶୋକନଗର ସ୍ଥିତ ଫୋନ ପେ କଷ୍ଟମର କେୟାରରୁ ଫୋନ କରୁଛି । ସେ ଆହୁରି କହୁଛନ୍ତି ୪୯୯୯ ଟଙ୍କା ଦେବାର ଅଛି, ଫୋନ ପେ ଓପନ କରନ୍ତୁ, ଲିଙ୍କ ଖୋଲନ୍ତୁ । ମିଥୁନ ବାରମ୍ବାର ମନାକରୁଛନ୍ତି । କାରଣ ମିଥୁନ ଜାଣିଛନ୍ତି ଏହା ହେଉଛନ୍ତି ଜମତରା ଗ୍ୟାଙ୍ଗର ଅପରେସନ ।

ମିଳିଥିବା ସୂଚନା ଅନୁସାରେ ଏହି ଫୋନକଲ ଆସିଥିଲା ଜମତରା ଗ୍ୟାଙ୍ଗରୁ । ଇଏ ହେଉଛି ସେହି ଜମତରା ଗ୍ୟାଙ୍ଗ ଯିଏ ଫୋନକଲ କରି ଗ୍ରାହକଙ୍କୁ ଫସାଇ ବିଭିନ୍ନ ଉପାୟରେ ଟଙ୍କା ହଡପ କରୁଛନ୍ତି । କେତେବେଳେ ଏଟିଏମ ନମ୍ବର ମାରୁଛନ୍ତି, ଓଟିପି ମାଗୁଛନ୍ତି ତ ଆଉ କେତେ ବେଳେ ୟୁପିଆଇ ଆକାଉଂଟ ଖୋଲି ଲିଙ୍କ ଓପନ କରିବାକୁ କହୁଛନ୍ତି ଆଉ ଲୁଟି ନେଉଛନ୍ତି ହଜାର ହଜାର ଟଙ୍କା ।

ଖାଲି ଗଞ୍ଜାମର ମିଥୁନ ନୁହନ୍ତି ବାରମ୍ବାର ଏହିପରି ଠକେଇ ଘଟଣାମାନ ସାମନାକୁ ଆସୁଛି । ପୋଲିସ କମିଶନର କହିଛନ୍ତି କନଟାକ୍ଟ ଲେସ କ୍ରାଇମ ବଢୁଥିବା ବେଳେ ଆମକୁ ସତର୍କ ହେବାର ସମୟ ଆସିଛି ।

ଏହି ଜମତରା ଗ୍ୟାଙ୍ଗ କେମିତି କରୁଛି ଅପରେସନ, ତାହା ଦେଖିବାକୁ ମିଳିଥିଲା ନେଟଫ୍ଲିକସ ଏକ ୱେବସିରିଜରେ । ମୁଖ୍ୟତ ବେକାର ଯୁବକ ଯୁବତୀଙ୍କୁ ନେଇ ତିଆରି ହୋଇଥିବା ଜମତରା ଗ୍ୟାଙ୍ଗ ଏବେ ଭାରତର ବିଭିନ୍ନ ସ୍ଥାନରେ ଶାଖା ଖୋଲିସାରିଲେଣି ।

ଆଉ ବେଶ ଚାଲାକିର ସହିତ କରୁଛନ୍ତି ସାଇବର ଠକେଇର ଏହି ଅପରେସନ । ତେଣୁ ଏପରି ଅଜଣା ବ୍ୟକ୍ତିଙ୍କ ଫୋନ କଲ ଆସୁଥିଲେ ସତର୍କ ରୁହନ୍ତୁ । ନଚେତ କିଏ ଜାଣେ କାଲି ସକାଳେ ଆପଣ ବି ଶିକାର ହୋଇପାରନ୍ତି ଏହି ଜମତରା ଗ୍ୟାଙ୍ଗର ।