ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ବଡ ଝଟକା । କଂଗ୍ରେସ ସାଂସଦଙ୍କ ଆବେଦନକୁ ଖାରଜ କଲେ ଝାଡଖଣ୍ଡ ହାଇକୋର୍ଟ

80

କନକ ବ୍ୟୁରୋ : ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା । ମାମଲା ରଦ୍ଦ କରିବା ପାଇଁ ରାହୁଲ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟ । ଏବେ ରାହୁଲଙ୍କ ନାଁରେ ତଳ କୋର୍ଟରେ ପୁଣି ଚାଲିବ ମାମଲା । ୨୦୧୮ରେ ଅମିତ ଶାହାଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇଥିଲେ ରାହୁଲ   । ଯାହାକୁ ନେଇ କୋର୍ଟରେ ମାନହାନି ମାମଲା ରୁଜୁ କରାଯାଇଥିଲା । ଏହି ମାମଲାକୁ ବାତିଲ କରିବାକୁ ରାହୁଲ ହାଇକୋର୍ଟ ଯାଇଥିଲେ ମଧ୍ୟ ଏହାକୁ ଖାରଜ କରିଦେଇଛନ୍ତି କୋର୍ଟ ।